Home Breaking News / ତାଜା ଖବର ପୁରୀରେ ବଢ଼ୁଛି ଓମିକ୍ରନ ସଂକ୍ରମଣ, ହୋଟେଲ ସୋନା ଏବଂ ଆଖ ପାଖ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା

ପୁରୀରେ ବଢ଼ୁଛି ଓମିକ୍ରନ ସଂକ୍ରମଣ, ହୋଟେଲ ସୋନା ଏବଂ ଆଖ ପାଖ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୁରୀ, ୦୪/୦୧: ସମଗ୍ର ରାଜ୍ୟ ସମେତ ପୁରୀରେ ଓମିକ୍ରନ ଆତଙ୍କ ବଢ଼ିବାରେ ଲାଗିଛି। ଗୋଟାଏ ଦିନ ପୂର୍ବରୁ ଜିଲ୍ଲାରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀ ସହରରୁ ୧୨ଜଣ ରହିଥିଲେ। ସେଥିମଧ୍ୟରୁ ପୁରୀରୁ ୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତେ ପୁରୀ ସହରର ଏବଂ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସହ ଜଡିତ। ତେବେ ପୁରୀ ସମୁଦ୍ର କୂଳ ଅଞ୍ଚଳର ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ହୋଟେଲ ସୋନା ଇଣ୍ଟର ନାସନଲ ଓ ଏହାର ଆଖ ପାଖ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି।

ସେହିପରି ୩ ଦିନ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବା ପରେ ଗତକାଲି ଠାରୁ ପୁଣି ଖୋଲିଛି। ତେବେ ଗତକାଲି ମଧ୍ୟ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ସହରାଞ୍ଚଳରେ ୭ ଜଣ କୋଭିଡ ପଜିଟିଭ ରହିଛନ୍ତି। ହୋଟେଲରେ ରହୁଥିବା ପର୍ଯ୍ୟଟକ ଓ ବିଦେଶ ଫେରନ୍ତାଙ୍କ ଉପରେ କଡା ନଜର ରଖିଛି ପ୍ରଶାସନ।

related posts

Leave a Comment