Home Breaking News / ତାଜା ଖବର ରାଜଧାନୀରେ ଲାଗିବ ନାହିଁ ସଂପୂର୍ଣ୍ଣ ଲକଡାଉନ୍

ରାଜଧାନୀରେ ଲାଗିବ ନାହିଁ ସଂପୂର୍ଣ୍ଣ ଲକଡାଉନ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ ୦୪।୦୧:  କରୋନାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲଗାଯାଇଛି। ତା ସହ ଅନେକ କଟକଣା ମଧ୍ୟ ଲଗାଯାଇଛି। ତେବେ ଦିଲ୍ଲୀର ସ୍ଵାସ୍ଥ୍ୟ ମନ୍ତ୍ରୀ ସତୈନ୍ଦ୍ର ଜୈନ ସ୍ପଷ୍ଟ କରିଛନ୍ତି ଯେ, ରାଜଧାନୀରେ ସଂପୂର୍ଣ୍ଣ ଲକଡାଉନ୍ ଲାଗିବ ନାହିଁ। ଦିଲ୍ଲୀରେ ମଙ୍ଗଳବାର ଏ ପର୍ଯ୍ୟନ୍ତ ୫୫୦୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ କରୋନା ମହାମାରୀର ସଂକ୍ରମଣ ହାର ୮.୫ ପ୍ରତିଶତ ବୃଦ୍ଧି ଘଟିଛି। ଗତକାଲି ଦିଲ୍ଲୀରେ ୪୦୧୧ କେସ୍ ସାମ୍ନାକୁ ଆସିଥିବା ବେଳେ ପଜିଟିଭ୍ ହାର ୪.୬୩ ପ୍ରତିଶତ ରହିଥିଲା। କରୋନାରେ ଜଣଙ୍କ ମୃତ୍ୟୁ ଘଟିଥିବା ମନ୍ତ୍ରୀ ଜୈନ ସୂଚନା ଦେଇଛନ୍ତି।

ସ୍ଵାସ୍ଥ୍ୟ ମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି, ଦିଲ୍ଲୀରେ ଲକଡାଉନ୍‌କୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସମସ୍ତ ନିର୍ମାଣ କାର୍ଯ୍ୟ ଜାରି ରହିବ। ଶ୍ରମିକଙ୍କ ଚିନ୍ତିତ ହେବାର କିଛି ଆବଶ୍ୟକ ନାହିଁ। ସୂଚନାଯୋଗ୍ୟ, ଆଜି ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମଏ)ର ବୈଠକରେ ରାଜଧାନୀରେ କରୋନା ସଂକ୍ରମଣ ନିୟନ୍ତ୍ରଣ  ପାଇଁ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି।

ଦିଲ୍ଲୀ ସରକାରଙ୍କ ଯେତେ ଅଫିସ୍ ରହିଛି, ସେଥି ମଧ୍ୟରୁ ଜରୁରୀ ଅଫିସକୁ ବାଦ୍ ଦେଇ ବାକି ଓ୍ଵାର୍କ ଫ୍ରମ  ହୋମ୍ କରି ଦିଆଯାଇଛି। ଘରୋଇ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଦିଲ୍ଲୀ ମେଟ୍ରୋ ଓ ଡିଟିସି ବସରେ କୋଭିଡ୍-୧୯ ପ୍ରଟୋକଲ ଲାଗୁ ହେବ। ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରି ଦିଆଯାଇଛି।  ବିଶେଷଜ୍ଞଙ୍କ ଅନୁଯାୟୀ, ଦିଲ୍ଲୀରେ ବର୍ତ୍ତମାନ ଯେତେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ସବୁ ଓମିକ୍ରନ ପୀଡିତ।

related posts

Leave a Comment