Home Breaking News / ତାଜା ଖବର ବନାବାସୀ କଲ୍ୟାଣ ଆଶ୍ରମ ରିଭଲକଣା ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ବନାବାସୀ କଲ୍ୟାଣ ଆଶ୍ରମ ରିଭଲକଣା ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୪/୦୧-(ଧନେଶ୍ବର ରାଉତ)- ରାୟଗଡ ଜିଲ୍ଲା କୋଲନରା ବ୍ଲକ ରିଭଲକଣା ରେ ରହିଥିବା କଲ୍ୟାଣ ଆଶ୍ରମର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ଅଛନ୍ତି ଜଳ ସମ୍ପଦ ଓ ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ରିଭଲକଣା ରେ ପହଂଚିଲା ବେଳକୁ ସ୍ଥାନୀୟ ପାରମ୍ପରିକ ବାଦ୍ୟର ତାଳେ ତାଳେ ହୁଳ ହୁଲି ସହ ସ୍ୱାଗତ କରାଗଲା ପ୍ରଥମେ ଅତିଥି ଗ୍ରାମ ଦେବତୀଙ୍କୁ ମୁଣ୍ଡିଆ ମାରି ମଞ୍ଚସିନ ହେଇଥିଲେ।ଏହାର ଇତିହାସ କହିଲେ ପୃଷ୍ଠାର କଳେବର ହେବ ବୋଲି ସଂକ୍ଷେପରେ ବିବରଣୀ ଦିଆଗଲା। ଦୁର୍ଗମ ଅନୁନତ କଲ୍ୟାଣସିଙ୍ଘପୁର ବ୍ଲକ ଓ କୋଲନରା ବ୍ଲକ ର ଶୈକ୍ଷିକ ସ୍ୱସ୍ତିକ ବିକାଶ ପାଇଁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବିବିଧ କ୍ଷେତ୍ରର ଏକ ବିଭାଗ ବନାବାସୀ କଲ୍ୟାଣ ଆଶ୍ରମ ର ପ୍ରତିଷ୍ଠା ସ୍ବର୍ଗତ ଡାକ୍ତର ରାମ ଗୋପାଳ ଗୁପ୍ତା ୧୯୭୦ ମସିହା ରେ ଏହି ଉପାନ୍ତ ଅଂଚଳରେ ଗାଁ ଗାଁ ବୁଲି ଚିକିତ୍ସା ଆଳରେ ସଂଗଠନ କରି ରିଭଲକଣା ରେ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ୧୯୭୬ ମସିହାରେ ସ୍ଥାପନ କରିଥିଲେ। ସେତେବେଳେ ଅଂଚଳର ସହାୟତାରେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଥିଲେ। ଅଂଚଳର ଆଦିବାସୀ ଦଳିତ ପିଲାଙ୍କୁ ଶିକ୍ଷା ଦାନ ପାଇଁ ବ୍ୟବସ୍ଥା କରିଥିଲେ। ସେହି ସମୟରେ ବର୍ତ୍ତମାନର ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଜଣେ ବନାବାସୀ କଲ୍ୟାଣ ଆଶ୍ରମର ଛାତ୍ର ଭାବେ ଅଧ୍ୟୟନ ରତ ଥିଲେ ତେଣୁ ମୁ ଏହି ଆଶ୍ରମର ଅତିଥି ନୁହେଁ ମୁ ଜଣେ ପୂର୍ବତନ ଛାତ୍ର ବୋଲି ନିଜକୁ ପରିଚୟ ଦେଇଛନ୍ତି। ଏପରିକି ଜଣେ ଭାରତ ସରକାରଙ୍କ ମନ୍ତ୍ରୀ ହେଇ ସୁଦ୍ଧା ସରକାରୀ ପ୍ରୋଟୋକାଲ କୁ ନ ମାନି ଆଶ୍ରମର ଅନ୍ତେବାସୀ ଛାତ୍ରଙ୍କ ସହ ତଳେ ବସି ନିରାଡ଼ମ୍ବର ଭାବେ ଭୋଜନ କରିଥିଲେ ଏବଂ ସସାଙ୍ଗରେ ବସିଥିବା ବନାବାସୀ ବିଦ୍ୟତର୍ଥୀଙ୍କୁ ଉତ୍ସାହିତ କରିଥିଲେ। ଏହି ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ବ୍ୟତୀତ ଜେ କେ କାଗଜ କଳର ବରିଷ୍ଠ ପ୍ରବନ୍ଧକ ବିନାୟକ ଦ୍ବିବେଦୀ ଓ ବିଶ୍ୱଜିତ ଦ୍ବିବେଦୀ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ନାଥ ବାବୁ, ସଂଗଠନ ମନ୍ତ୍ରୀ ଉଛବ ଭାଇ,କାର୍ଯ୍ୟଗ୍ରାହୀ ଅଭିମନ୍ୟୁ ମହନ୍ତ, ମଞ୍ଚସିନ ମାନଙ୍କ ମଧ୍ୟରେ ସିଦ୍ଧ ଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମଜି, ଇଞ୍ଜିନିୟର ପ୍ରଭାକର ବେହେରା ବିଶ୍ୱ ସମ୍ବାଦ କେନ୍ଦ୍ର ଭୁବନେଶ୍ୱର, ପରିଚାଳକ ଜେ କେ ଓ ବନାବାସୀ କଲ୍ୟାଣ ଆଶ୍ରମର ସଭାପତି ଗୌରୀ ଶଙ୍କର ପଟନାୟକ,ଆଜିର କାର୍ଯ୍ୟକ୍ରମର ସଂଚାଳକ ତଥା ସଭାପତି ଡାକ୍ତର ପ୍ରକାଶ କୁମାର ରାଉତ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରି ଚାଳନା କରିଥିଲେ। ସେହିଭଳି ଅନେକ ପୂର୍ବତନ କାର୍ଯ୍ୟକର୍ତା ଙ୍କୁ ମନ୍ତ୍ରୀ ସଂମାନିତ କରିଥିଲେ ସେମାନଙ୍କ ମଧ୍ୟରୁ କୁମାରୀ ଶାନ୍ତି ଭଉଣୀ, ହଳଧର ହିମିରିକା, ବିନାୟକ କୁଲୁସିକା, ବିସମ୍ବର ନିସିକା, ହଳଧର ଭାଇ, ଲକ୍ଷମଣ ପଳେଇପାତ୍ର ମାନେ ଅନ୍ୟତମ ଅଟନ୍ତି।

related posts

Leave a Comment