Home Breaking News / ତାଜା ଖବର ନବରଙ୍ଗପୁର ମହାବିଦ୍ୟାଳୟ ରେ ” ଯୁବ ସଂସ୍କାର ” କାର୍ଯ୍ୟକ୍ରମ ଶୁଭାରମ୍ଭ

ନବରଙ୍ଗପୁର ମହାବିଦ୍ୟାଳୟ ରେ ” ଯୁବ ସଂସ୍କାର ” କାର୍ଯ୍ୟକ୍ରମ ଶୁଭାରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା, ଯୁବ ରେଡ଼ କ୍ରସ ଓ ଏନ ସି ସି ର ଅଧିକାରୀ ମାନଙ୍କୁ ନେଇ ଗଠିତ କମିଟି ତରଫରୁ ମହାବିଦ୍ୟାଳୟ ସ୍ତରୀୟ ଯୁବ ସଂସ୍କାର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଓଡିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ତରଫରୁ ସମସ୍ତ କଲେଜରେ ପିଲାମାନଙ୍କର ବୌଦ୍ଧିକ, ଆତ୍ମିକ ତଥା ବ୍ୟକ୍ତିତ୍ୱର ବିକାଶ ନିମନ୍ତେ ଯୁବ ସଂସ୍କାର ନାମରେ ଏକ ଅଭିନବ ଯୋଜନାର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଅଧ୍ୟକ୍ଷା ସଂଗୀତା ତ୍ରିପାଠୀ ଉଦଘାଟନ କରି ଛାତ୍ର ଛାତ୍ରୀଙ୍କର ନୈତିକ ଭାବଧାରାର ବିକାଶ ହେଲେ ସେମାନେ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି କହିଥିଲେ ।
ଜିଲ୍ଲା ଯୁବ ରେଡ଼କ୍ରସର ଜିଲ୍ଲା ସମ୍ପାଦକ ତଥା ଯୁବ ସଂସ୍କାର କାର୍ଯ୍ୟକ୍ରମ କମିଟିର ଆବାହକ ଡ଼ଃ ଭାସ୍କର ନାଥ ବିଶ୍ୱାଳ ନୀତିଶିକ୍ଷା ସମ୍ବଳିତ ବୃତ୍ତ ଚିତ୍ର ଉପସ୍ଥାପନ କରିବା ସହ କିଛି ପୂର୍ବ ପ୍ରସ୍ତୁତ ଭିଡିଓ ଛାତ୍ରଛାତ୍ରୀଙ୍କୁ ଦେଖାଇଥିଲେ ।
ବରିଷ୍ଠ ପ୍ରାଧ୍ୟାପକ ଡ଼ଃ. ନୀଳାଚଳ ମିଶ୍ର ସାମ୍ପ୍ରତିକ ସ୍ଥିତି ରେ ପଥଭ୍ରଷ୍ଟ ଯୁବସମାଜ କୁ ଠିକ ରାସ୍ତାକୁ ଆଣିବା ସହ ଏକ ସୁସ୍ଥ ମାନସିକତା ଯୁକ୍ତ ସମାଜ ଗଠନରେ ଯୁବ ସଂସ୍କାରର ପ୍ରମୂଖ ଭୂମିକା ରହିଛି ବୋଲି କହିଥିଲେ।
ଏନ ଏସ ଏସ ର ଜିଲ୍ଳା ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ଯୁବ ସଂସ୍କାର କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ କରାଯିବା ପାଇଁ ଗୁରୁତ୍ୱ ଆରୋପ କରିଥିବା ବେଳେ , ଜାତୀୟ ସେବା ସଂସ୍ଥାର ସଂଯୋଜକ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତ୍ତା ଜୀବନରେ ନୈତିକ ଶିକ୍ଷାର ଆବଶ୍ୟକତା ଏବଂ ଏହାର ଉପାଦେୟତା ଉପରେ ସଚେତନ କରାଇଥିଲେ ।
ଅଧ୍ୟାପକ ଉଜ୍ବଳ ମହାନନ୍ଦିଆ, ଅଧ୍ୟାପକ ଜାହାଙ୍ଗିର ମହମ୍ମଦ ଯୁବ ସଂସ୍କାର ଉପରେ ନିଜ ନିଜ ମତ ଉପସ୍ଥାପନ କରିଥିଲେ ବେଳେ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ଅଧ୍ୟାପିକା ମାନସୀ ମହାପାତ୍ର ।
ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ଗୋକୁଳ ଖାଡଙ୍ଗାଙ୍କ ରିପୋଟ୍ ଟାଇମସ୍ ଓ୍ବାନ୍ ଔଡିଆ

related posts

Leave a Comment