Home Breaking News / ତାଜା ଖବର କୈଳାଶ ପୁର ଘାଟିରେ ଟ୍ରକ ଦୁର୍ଘଟଣା ଅଳ୍ପକେ ବର୍ତିଲେ ଡ୍ରାଇଭର ହେଲ୍ପର

କୈଳାଶ ପୁର ଘାଟିରେ ଟ୍ରକ ଦୁର୍ଘଟଣା ଅଳ୍ପକେ ବର୍ତିଲେ ଡ୍ରାଇଭର ହେଲ୍ପର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋଲନରା-୦୪/୦୧-(ଅଜୟ ମଂଡଙ୍ଗୀ)-ରାୟଗଡ ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ କୈଳାଶପୁର ଘାଟି ରେ ଏକ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣା ଘଟି ଯାଇଛି ।ଏହି ଦୁର୍ଘଟଣା ଆଜି ଅପରାହ୍ନ ସାଢେ ତିନିଟା ସମୟରେ ଜୟପୁର ଅଭିମୁଖେ ଯାଉଥିବା ଖାଲି ବୋତଲ ଟ୍ରକ ନମ୍ବର ଏ ପି.୩୫ ଡବ୍ଲୁ ୦୫୦୫ ଟି ଘାଟି ଓଲ୍ହାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଛି। ଏହି ଗାଡିଟି ବିଜୟନଗରମ ର ହୋଇଥିବା ବେଳେ ସେ କଲିକତାରୁ ଜୟପୁର ଅଭିମୁଖେ ଏକ ଦେଶୀ ମଦ ଭାଟିକୁ ଖାଲି ବୋତଲ ଜୟପୁର ନେଇକି ଯାଉଥିଲା। ଦୁର୍ଘଟଣା ହେବା ବେଳେ ଗାଡିଟି ଓଲଟି ପଡିଛି କିନ୍ତୁ ଡ୍ରାଇଭର ଗୁରୁତର ଆଘାତ ପାଇଥିବା ବେଳେ ହେଲ୍ପର କୁ ସାମାନ୍ୟ ଆଘାତ ଲାଗିଛି । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପୋଲିସ ମୁକୁନ୍ଦପୁର ଫାଣ୍ଡି ର ଏ ଏସ ଆଇ ହର୍ଷ ଚନ୍ଦ୍ର ପାଣି ପହଞ୍ଚି ପିଡୀତଙ୍କ ଆମ୍ବୁଲାନ୍ସ ଜରିଆରେ ରାୟଗଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଛନ୍ତି।

related posts

Leave a Comment