Home Breaking News / ତାଜା ଖବର ଗଲୱାନରେ ଉଡିଲା ଚୀନ ପତାକା, ପୂର୍ବ ଲଦାଖ ସୀମା ସେପଟେ ୬୦ ହଜାର ଚୀନ ସେନା ମୁତୟନ, ଶୀତ କାଳରେ ଯୁଦ୍ଧ ଭଳି ପ୍ରସ୍ତୁତି କଲାଣି ଡ୍ରାଗନ, ଜାଣନ୍ତୁ କଣ ଅଛି ଭାରତର ରଣନୀତି ?

ଗଲୱାନରେ ଉଡିଲା ଚୀନ ପତାକା, ପୂର୍ବ ଲଦାଖ ସୀମା ସେପଟେ ୬୦ ହଜାର ଚୀନ ସେନା ମୁତୟନ, ଶୀତ କାଳରେ ଯୁଦ୍ଧ ଭଳି ପ୍ରସ୍ତୁତି କଲାଣି ଡ୍ରାଗନ, ଜାଣନ୍ତୁ କଣ ଅଛି ଭାରତର ରଣନୀତି ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ହିମାଳୟର ଲଦାଖ ଅଂଚଳ ତଥା ଉଚ୍ଚ ଘାଟି ଗୁଡିକରେ ଥଣ୍ଡା ଏମିତି ଯାହା ଶରୀରକୁ ଭେଦ କରିଯିବ । ଏମିତି ପ୍ରତିକୂଳ ପାଗ ଓ ପରିସ୍ଥିତିରେ ହିମାଳୟର ବିବାଦୀୟ ସୀମା ଅଂଚଳ ଗୁଡିକ ଉପରେ ଲୋଲୁପ ନଜର ପକାଉଛି ଚୀନ । ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲ ବା ଏଲଏସି ଆରପଟେ ଚୀନ ଏହାର ପିଏଲଏ ବା ପିପୁଲ ଲିବରେସନ ଆର୍ମିର ୬୦ ହଜାର ଯବାନଙ୍କୁ ମୁତୟନ କରିଛି । ଏପରି ଅବସ୍ଥାରେ ଚୀନ କୌଣସି ପରିସ୍ଥିତିରେ ଲଦାଖ ସୀମାରେ ଯେପରି ଚୀନ ଦୁଃସାହସ ନକରି ପାରିବ, ସେଥିପାଇଁ ଭାରତ ମଧ୍ୟ ଅଂଟା ଭିଡିଛି । ଏଲଏସି ଆରପଟେ ଚୀନର ୬୦ ହଜାର ସୈନ୍ୟ ମୁତୟନ ନେଇ ଜଣାପଡିବା ମାତ୍ରେ ଭାରତ ସୀମାରେ ଏହାର ସୈନ୍ୟ ବଳବୃଦ୍ଧି କରିଛି ।
ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଖବର ଅନୁସାରେ ଚୀନ ଲଦାଖ ସମ୍ମୁଖରେ ଥିବା ସମସ୍ତ ଗ୍ରୀଷ୍ମ ଟ୍ରେନିଂ କ୍ୟାମ୍ପରୁ ସୈନ୍ୟଙ୍କୁ ଫେରାଇ ନେଇଛି । ସେପଟେ ଚୀନକୁ ଜବାବ ଦେବାକୁ ଭାରତ ବି ପ୍ରସ୍ତୁତ ହେଲାଣି । ଲଦାଖରେ ଗଠନ ହୋଇ ସାରିଛି ଥିଏଟର କମାଣ୍ଡରେ ରାଷ୍ଟ୍ରୀୟ ରାଇଫଲ ଫୋର୍ସ । ଫଳରେ ସେଠାରେ ୧୪ କୋର କୁ ମଜବୁତ୍ କରାଯାଇପାରିବ । ଚୀନର କୌଣସି ପ୍ରକାର ଆଗୁଆ ବିପଦକୁ ମୁକାବିଲା କରିବାକୁ ଭାରତ ମଧ୍ୟ ଲଦାଖରେ ଆଗୁଆ ମୋର୍ଚ୍ଚା ଗୁଡିକରେ ସୈନ୍ୟ ବଳ ବଢାଇବା ଆରମ୍ଭ କରିଦେଲାଣି ।

related posts

Leave a Comment