Home Breaking News / ତାଜା ଖବର କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦.୪/0୧-(ଧନେଶ୍ବର ରାଉତ)-
ରାୟଗଡ ଜିଲ୍ଲାରେ କୋରନlର ସମ୍ବାବ୍ୟ ତୃତୀୟ ଲହରୀ ଦେଶରେ ତଥା ରାଜ୍ୟରେ ପ୍ରଭାବ ବିସ୍ତାରକୁ ଦେଖି ରାୟଗଡ ଜିଲ୍ଲାପାଳ ତପ୍ତରତା ପ୍ରକାଶ କରିଛନ୍ତି l ଏହାର ମୁକବିଲ୍ଲା ନିମନ୍ତେ ଗତକାଲି ତା ୩/୧/୨୨ରିଖରେ ଏକ ଜରୁରୀ ଭର୍ଛୁଆଲ ବୈଠକ ଡାକିଥିଲେ l ଏଥିରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ସନାଲ ଜେନା,ଉପଜିଲ୍ଲାପାଳ ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲାର ତହସିଲଦାର ଓ ଥାନା ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି l ଏହି ବୈଠକରେ ବିଶେଷ କରି ଦେଶରେ ଦେଖାଦେଇଥିବା ଓମିକ୍ରନ ଯୋଗୁଁ ସମ୍ବାବ୍ୟ ତୃତୀୟ ଲହରକୁ ମୁକବିଲା କରିବା ନିମନ୍ତେ କୋଭିଡ ନିୟମକୁ ଯାଞ୍ଚ କରିବା ଯଥା ସାମାଜିକ ଦୁରତା, ମାସ୍କ ବ୍ୟବହାର,ସାନିଟାଇଜେର ବ୍ୟବହାର ଆଦିକୁ ଯାଞ୍ଚ କରିବାକୁ ତହସିଲଦାର ଓ ଥାନା ଅଧିକାରୀ ମାନଙ୍କ କୁହାଯାଇଛି l ଏହି ସମୟରେ ପିକିନିକ ସ୍ଥାନରେ ଉଭୟ ତହସିଲଦାର ଓ ଥାନା ଅଧିକାରୀ ମିଳିତ ଭାବରେ ଚଢ଼ାଉ କରିବେ l ଭିଡ଼ ଜମୁଥିବା ଦୋକାନରେ ଚଢ଼ାଉ କରିବେ l ଜନସଚେତନତା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଜନ ସଚେତନତା କରିବାକୁ ବିଡ଼ିଓ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ l

related posts

Leave a Comment