Home Breaking News / ତାଜା ଖବର ଅରବିନ୍ଦ କେଜରିଓ୍ବାଲ ‘ସୁପର୍‌ ସ୍ପ୍ରେଡ଼ର୍’ !

ଅରବିନ୍ଦ କେଜରିଓ୍ବାଲ ‘ସୁପର୍‌ ସ୍ପ୍ରେଡ଼ର୍’ !

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର କରୋନା ଆକ୍ରାନ୍ତ ହୋଇଛନ୍ତି । କୋଭିଡ୍‌ ସଂକ୍ରମିତ ହେବାପରେ ସେ ନିଜକୁ ଆଇସୋଲେଟ କରିଛନ୍ତି । ଏବେ କେଜରିଓ୍ବାଲ କରୋନା ଆକ୍ରାନ୍ତ ହେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା କପିଲ ମିଶ୍ରା । ବିଜେପି ନେତା କହିଛନ୍ତି, ଜେରିଓ୍ବାଲ ଜଣେ ‘ସୁପର ସ୍ପ୍ରେଡ଼ର୍’ ।

ଆମ୍‌ ଆଦମୀ ପାର୍ଟିର ପୂର୍ବତନ ସଦସ୍ୟ ତଥା ଏବେ ବିଜେପିରେ ମିଶିଥିବା କପିଲ ମିଶ୍ରା କହିଛନ୍ତି, ‘ନିର୍ବାଚନ ହେବାକୁ ଥିବା ରାଜ୍ୟରେ କେଜାରିଓ୍ବାରଲ ରାଲି କରିଥିଲେ । ଏବେ ସେ ସଂକ୍ରମିତ ହେବାପରେ ଅନେକ ଲୋକ ସଂକ୍ରମିତ ହୋଇପାରନ୍ତି । ତେଣୁ ସେ ଜଣେ ସୁପର୍‌ ସ୍ପ୍ରେଡ଼ର୍’ । ପଟିଆଲା, ଲକ୍ଷ୍ନୌ ଏବଂ ଗୋଆରେ କେଜରିଓ୍ବାଲ ଯେଉଁ ରାଲି କରିଥିଲେ ଏବଂ ଏବେ ସେ କରୋନା ସଂକ୍ରମିତ ହେବାପରେ କାହାକୁ ଦାୟୀ କରାଯିବ ବୋଲି ବିଜେପି ନେତା କହିଛନ୍ତି ।

ମଙ୍ଗଳବାର ସକାଳୁ ଟ୍ବିଟ୍‌ କରି କେଜରିଓ୍ବାଲ କହିଥିଲେ ଯେ, ‘ମୋର କରୋନା ରିପୋର୍ଟ ପଜିଟିଭ ଆସିଛି । ସୁରକ୍ଷା ଦୃଷ୍ଟିରୁ ନିଜକୁ ଆଇସୋଲେଟ୍‌ କରିଛି । ଯେଉଁମାନେ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ଆଇସୋଲେଟ୍ କରିନିଅନ୍ତୁ ଏବଂ ଆବଶ୍ୟକ ହେଲେ କୋଭିଡ୍‌ ପରୀକ୍ଷା ମଧ୍ୟ କରାଇନିଅନ୍ତି ।’

related posts

Leave a Comment