Home Breaking News / ତାଜା ଖବର ବାଇକ ପିକ ଅପ ଧକ୍କା ଜଣେ ମୃତ

ବାଇକ ପିକ ଅପ ଧକ୍କା ଜଣେ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଖାରି 4.1(ଇମିସ) ସୁବର୍ଣ୍ଣପୁର ଜିଲ୍ଲା ବୁର୍ଡା -ଅର୍ଜୁନପୁର ରାସ୍ତାର ତିଲେଇମାଲ ଛକ ନିକଟ ଯାମଦାଦର ଛକ ନିକଟରେ ଘଟିଛି ଏକ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା ମଙ୍ଗଳବାର ଭୋର ସକାଳରେ ଲୋକ ଦେଖିଥିଲେ l ଏକ ହିରୋ ଡୀଲକ୍ସ ବାଇକ ନମ୍ବର ଓଆର 31 3204 ଏବଂ ବୋଲେରୋ ପିକ ଅପ ଗାଡି ନମ୍ବର ଓଡି 25 ଜି 2896 ମଧ୍ୟରେ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାଯାଇଛି l ଯୁବକ ଜଣକ ସୋନପୁର ଥାନା କଇଁ ଫୁଲ ଗାଁର ସନ୍ତୋଷ ଗୁରୁ ବୟସ 40 ବୋଲି ଜଣା ପଡିଛି l ଘଟଣା ସ୍ଥଳରେ ତରଭା ଥାନା ଭାରପ୍ରାପ୍ତ ଅଧିକାରୀ ସୁବ୍ରତ ପାଣିଗ୍ରାହୀ ମେଣ୍ଡା ଫାଣ୍ଡି ଅଧିକାରୀ ସଂଜୀବ ବସ୍ତିଆ ସଦଳବଳେ ପହଂଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଜାରିରଖିଛି l ଅନ୍ୟପଟେ ସନ୍ତୋଷ ନିଖୋଜ ଥିବା ତାଙ୍କ ପରିବାର ଲୋକେ ହରଡ଼ଖୋଲ ଫାଣ୍ଡିରେ ଲିଖିତ ଆକାରରେ ସୋମବାର ଦିନ ଜଣାଇଥିଲେ l

related posts

Leave a Comment