Home Breaking News / ତାଜା ଖବର ବକ୍ସ ଅଫିସ୍‌ କଲେକ୍ସନକୁ ନେଇ ନିରାଶ ଫିଲ୍ମ ନିର୍ମାତା କବୀର ଖାନ

ବକ୍ସ ଅଫିସ୍‌ କଲେକ୍ସନକୁ ନେଇ ନିରାଶ ଫିଲ୍ମ ନିର୍ମାତା କବୀର ଖାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁମ୍ବାଇ ୦୩/୦୧ :  କବୀର ଖାନଙ୍କ ଫିଲ୍ମକୁ ଲୋକମାନେ ଉତ୍ସୁକତାର ସହିତ ଅପେକ୍ଷା କରି ରହିଥିଲେ କିନ୍ତୁ ଫିଲ୍ମର କଲେକ୍ସନ ନିର୍ମାତଙ୍କୁ ବହୁତ ନିରାଶ କରିଛି। ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ଏହି ଫିଲ୍ମକୁ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ନେଇ ଚିନ୍ତା କରାଯାଉଛି। ଏକ ସାକ୍ଷାତକାର ଦେବା ସମୟରେ କବୀର ଖାନ ନିଜେ ଏହି କଥା କହିଛନ୍ତି। ରଣବୀର ସିଂହଙ୍କ ଅଭିନୟ ଦର୍ଶକମାନଙ୍କୁ ଖୁବ ପସନ୍ଦ ଆସିଥିଲା ଏହି ଫିଲ୍ମ ଦେଖିବା ପାଇଁ ଦର୍ଶକମାନେ ଆଗ୍ରହ ସହିତ ଅପେକ୍ଷା କରିଥିଲେ। କରୋନା ସଂକ୍ରମଣ ବଢ଼ିବା ହେତୁ ଦିଲ୍ଲୀରେ ଏବେ ସମସ୍ତ ଥିଏଟର ବନ୍ଦ କରିଦିଆଯାଇଛି।  ଆଉ କିଛି ଦିନ ଯଦି କଟକଣା ଲାଗି ରହେ ତେବେ ଫିଲ୍ମ ’83କୁ ଓଟିଟିରେ ରିଲିଜ କରାଯିବ।

ଫିଲ୍ମ ’83’ କୁ ଥିଏଟରରେ ରିଲିଜ କରିବା ପାଇଁ କବୀର ଖାନ ବହୁତ ଅପେକ୍ଷା କରିଥିଲେ। କିନ୍ତୁ ତାହା ସମ୍ଭବ ହୋଇ ପାରିଲା ନାହିଁ। ପିଙ୍କଭିଲ୍ଲାକୁ ସାକ୍ଷାତକାର ଦେବା ସମୟରେ କବୀର ଖାନ କହିଛନ୍ତି, ” ‘83’ କୁ ଥିଏଟରରେ ରିଲିଜ କରାଇବା ପାଇଁ ଆମକୁ ୧୮ ମାସ ଅପେକ୍ଷା କରିବାକୁ ପଡିଥିଲା ।  ଆମେ ଚାହୁଁଥିଲୁ ଏହାକୁ ଦର୍ଶକ ବଡ଼ ପରଦାରେ ଦେଖନ୍ତୁ କାରଣ ଏହି ଫିଲ୍ମ ସେହିଭଳି ତିଆରି ହୋଇଛି। ଆମେ ବହୁତ ଚେଷ୍ଟା କରିଥିଲୁ ଫିଲ୍ମକୁ ସୁରକ୍ଷିତ ସମୟରେ ରିଲିଜ କରିବା ପାଇଁ।  କିନ୍ତୁ ଫିଲ୍ମ ରିଲିଜ୍‌ ତାରିଖ ଯେଉଁଦିନକୁ ଧାର୍ଯ୍ୟ କରାଯାଇଥିଲା ସେତେ​ବେଳକୁ ସଂକ୍ରମଣ ଅଧିକ ହୋଇସାରିଥିଲା । ଯାହା ଫଳରେ ଫିଲ୍ମକୁ ଧାର୍ଯ୍ୟ ତାରିଖରେ ହିଁ ରିଲିଜ୍‌ କରାଯାଇଥିଲା । କିନ୍ତୁ ବକ୍ସ ଅଫିସରେ ଆୟ ଉତ୍ସାହଜନକ ହୋଇନାହିଁ । କରୋନା ମହାମାରୀ ଯୋଗୁଁ ଅନେକ ରାଜ୍ୟରେ ହଲ୍‌ ବନ୍ଦ ହୋଇଯାଇଛି ଏବଂ କିଛି ରାଜ୍ୟରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିଛି” ।

related posts

Leave a Comment