Home Uncategorized ସତ ଧରିଲା ସାଟେଲାଇଟ, ଏଲଏସିରେ ପ୍ୟୋଂଗଙ୍ଗ ହ୍ରଦ ନିକଟରେ ପୋଲ ତିଆରି କରୁଛି ଚୀନ

ସତ ଧରିଲା ସାଟେଲାଇଟ, ଏଲଏସିରେ ପ୍ୟୋଂଗଙ୍ଗ ହ୍ରଦ ନିକଟରେ ପୋଲ ତିଆରି କରୁଛି ଚୀନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଟେଲାଇଟରେ ଧରାପଡିଛି ଚୀନର ଚାଲାକି । ଲାଇନ୍ ଅଫ୍ ଆକଚୁଆଲ କଂଟ୍ରୋଲ ବା ଏଲଏସିରେ ଚୀନ ଜୋରଦାର ଚଳାଇଛି ନିର୍ମାଣ କାମ । ବର୍ତମାନ ବିବାଦୀୟ ପ୍ୟୋଂଗଙ୍ଗ ହ୍ରଦ ନିକଟରେ ପୋଲ ତିଆରି କରୁଛି ଚୀନ । ପ୍ରାୟ ୨ ମାସ ଧରି ଚୀନ ଏଠାରେ ଏକ ପୋଲ ନିର୍ମାଣ କରୁଥିବା ସାଟେଲାଇଟ ଛବିରୁ ସ୍ପଷ୍ଟ ହୋଇଛି । ଚୀନ ନିର୍ମାଣ କରୁଥିବା ପୋଲଟି ପ୍ୟୋଂଗଙ୍ଗ ହ୍ରଦର ଉତର ଏବଂ ଦକ୍ଷିଣ ଭାଗକୁ ସଂଯୋଗ କରୁଛି । ଫଳରେ ଚୀନ ସେନା କୌଣସି ପ୍ରତିକୂଳ ସ୍ଥିତିରେ ଅତିକମ୍ ସମୟରେ ପ୍ୟୋଂଗଙ୍ଗ ହ୍ରଦର ଏପାଖରୁ ସେପାଖକୁ ପହଂଚି ପାରିବ । ପ୍ରତିରକ୍ଷା ରଣନୀତି ଦୃଷ୍ଟିରୁ ଏହା ଚୀନ ପାଇଁ ବଡ କାମକୁ ଆସିବ ।
ଗଲବାନ ଘାଟିରେ ଚୀନର ହଲଚଲ ବଢି ଚାଲିଥିବା ବେଳେ ସାମ୍ନାକୁ ଆସିଛି ପ୍ୟୋଂଗଙ୍ଗ ହ୍ରଦର ଏହି ପୋଲ ନିର୍ମାଣ । ବର୍ଷ ୨୦୨୨ରେ ଚୀନର ଖାସ୍ କରି ଶୀତ କାଳରେ ଏପରି ସୀମାକୁ ନେଇ ଧୋକାବାଜି ଖେଳ, ପଛରେ କିଛି ବଡ ଯୋଜନା ଥିବା ଅନୁମାନ କରୁଛି ଭାରତ ।
୨୦୨୦ ମସିହାରେ ଭାରତ ପ୍ୟୋଂଗଙ୍ଗ ହ୍ରଦର ଦକ୍ଷିଣ କୂଳରେ ଥିବା ମହତ୍ୱପୂର୍ଣ୍ଣ କୈଳାସ ରେଂଜର ପ୍ରମୁଖ ଘାଟି ଗୁଡିକୁ ଦଖଲ କରିନେଇଥିଲା । ଯାହା ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଲାଭଦାୟକ ହୋଇଥିଲା । କିନ୍ତୁ ଗତ ଫେବ୍ରୁଆରୀରେ ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ଦୁଇ ଦେଶର ସେନା ପ୍ୟୋଂଗଙ୍ଗ ହ୍ରଦର ଦୁଇ ପାଖରୁ ପଛକୁ ଫେରି ଯାଇଥିଲେ ।

ପ୍ୟୋଂଗଙ୍ଗ ହ୍ରଦରେ ପୋଲ ଚୀନକୁ କେମିତି ଦେବ ଲାଭ?

  • ପ୍ୟୋଂଗଙ୍ଗ ହ୍ରଦର ବିବାଦୀୟ ଅଂଚଳରେ ସହଜରେ ପହଁଚିବ ପିଏଲଏ
  • ପ୍ୟୋଂଗଙ୍ଗ ହ୍ରଦର ଦୁଇ ପାଶ୍ୱର୍ ମଧ୍ୟରେ ଦୂରତା ୨୦୦ କିମି
  • ପ୍ୟୋଂଗଙ୍ଗ ହ୍ରଦରେ ପୋଲ ହେବା ପରେ ୫୦ କିମିକୁ ଖସି ଆସିବ ଦୂରତା

ପ୍ୟୋଂଗଙ୍ଗ ସୋ ହ୍ରଦର ଏକ ତୃତୀୟାଂଶ ଭାରତର ଲଦାଖ ଏବଂ ତିବତରେ ଯାଉଛି । ଏହି କାରଣରୁ ପ୍ୟୋଂଗଙ୍ଗ ହ୍ରଦରେ ଚୀନର ଏପରି ସାମରିକ ନିର୍ମାଣ ପଛରେ ଚୀନର କିଛି ବଡ ଯୋଜନା ଥିବା ଆଶଙ୍କା ବୃଦ୍ଧି କରୁଛି ।

related posts

Leave a Comment