Home Breaking News / ତାଜା ଖବର ଜାନୁଆରୀ ୩୧ ଯାଏଁ ପ୍ରଥମରୁ ୯ମ ପାଠପଢା ବନ୍ଦ, ଘୋଷଣାକଲା ବିଏମ୍‌ସି

ଜାନୁଆରୀ ୩୧ ଯାଏଁ ପ୍ରଥମରୁ ୯ମ ପାଠପଢା ବନ୍ଦ, ଘୋଷଣାକଲା ବିଏମ୍‌ସି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦେଶରେ କରୋନା ସଂକ୍ରମଣ ତୃତୀୟ ଲହର ଆଡକୁ ଅଗ୍ରସର ହେବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇଲାଣି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ବିଭିନ୍ନ ପ୍ରତିବନ୍ଧକ ମଧ୍ୟ ଲଗାଇବା ଆରମ୍ଭ କଲେଣି । ଦେଶରେ ଓମିକ୍ରନ୍‌ ମଧ୍ୟ କାୟା ମେଲାଇବାରେ ଲାଗିଛି । ସବୁଠାରୁ ଅଧିକ ଆକ୍ରାନ୍ତ ଏବେ ମହାରାଷ୍ଟ୍ରରେ । ଏହାରି ମଧ୍ୟରେ ବଡ ଘୋଷଣା କରିଛନ୍ତି ବୃହନ୍‌ମୁମ୍ବାଇ ନଗର ନିଗମ (ବିଏମ୍‌ସି) । ସୋମବାର ଜାରିହୋଇଥିବା ନିର୍ଦେଶାବଳୀ ଅନୁଯାୟୀ, ଜାନୁଆରୀ ୩୧ ତାରିଖ ଯାଏଁ ମୁମ୍ବାଇରେ ପ୍ରଥମରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ । କିନ୍ତୁ ପୂର୍ବଭଳି ୧୦ରୁ ଦ୍ବାଦଶ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ ଜାରି ରହିବ । ମୁମ୍ବାଇରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଥିବାରୁ ବାଧ୍ୟହୋଇ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ, ରବିବାର ଗୋଟିଏ ଦିନରେ ହିଁ ମୁମ୍ବାଇରେ ମୋଟ ୮ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ । ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି, କରୋନା ସଂକ୍ରମଣ ବଢୁଥିବାରୁ ମୁମ୍ବାଇରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଆସନ୍ତା ଜାନୁଆରୀ ୩୧ ତାରିଖ ଯାଏଁ ଟାଳିଦିଆଯାଇଛି । ଟିକାକରଣ ପାଇଁ କେବଳ ୯ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯାଇପାରିବେ ।

ଜାନୁଆରୀ ମାସ ଶେଷ ସୁଦ୍ଧା ୧୫ ରୁ ୧୮ ବର୍ଷ ପ୍ରାୟ ସମସ୍ତ ୪.୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଟିକାକରଣ କରାଯିବାକୁ ଲକ୍ଷ ରଖାଯାଇଛି । ମାତ୍ର ୨ ସପ୍ତାହ ମଧ୍ୟରେ ହିଁ ମୁମ୍ବାଇରେ କରୋନା ସଂକ୍ରମଣ ୧ ପ୍ରତିଶତରୁ ୧୭ ପ୍ରତିଶତକୁ ବୃଦ୍ଧିପାଇଛି । ମାୟାନଗରୀରେ ଏବେ ଦୈନିକ ସଂକ୍ରମଣ ୮ ହଜାର ଉପରେ ରହିଛି । ନଭେମ୍ବର ମାସ ତୁଳନାରେ ଡିସେମ୍ବର ମାସରେ ମୁମ୍ବାଇରେ କରୋନା ସଂକ୍ରମଣ ପ୍ରାୟ ୨୫୨ ପ୍ରତିଶତ ବୃଦ୍ଧିପାଇଛି । ସରକାରୀ ହିସାବ ଦେଖିବାକୁଗଲେ ଡିସେମ୍ବର ମାସରେ ୨୧ ହଜାର ୫୮୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯେତେବେଳେକି ନଭେମ୍ବର ମାସରେ ମାତ୍ର ୬୧୨୫ ଜଣ ସଂକ୍ରମିତ ହୋଇଥିଲେ ।

related posts

Leave a Comment