Home Breaking News / ତାଜା ଖବର ଏନସିବିରୁ ବିଦା ହେଲେ ସମୀର ୱାଙ୍ଖଡେ

ଏନସିବିରୁ ବିଦା ହେଲେ ସମୀର ୱାଙ୍ଖଡେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁମ୍ବାଇ: ଶେଷରେ ବହୁ ବାଦ ବିବାଦ ପରେ ଏନସିବିରୁ ବିଦା ହୋଇଛନ୍ତି ବରିଷ୍ଠ ଆଇଆରଏସ ଅଧିକାରୀ ସମୀର ୱାଙ୍ଖଡେ | ବାସ୍ତବରେ, ଏନସିବିରେ ସମୀରଙ୍କର ସମୟ ସୀମା ଆଉ ବଢାଯାଇନାହିଁ | ଏନସିବିରେ ୱାଙ୍ଖଡେଙ୍କର ୪ ମାସର ସମ୍ପ୍ରସାରଣ ୩୧ ଡିସେମ୍ବର ୨୦୨୧ରେ ସମାପ୍ତ ହୋଇଛି | ସୂଚନା ଥାଉ କି ଯେ ସମୀର ୱାଙ୍ଖଡେ ଜଣେ ଆଇଆରଏସ ଅଧିକାରୀ ହୋଇଥିବାବେଳେ ମୁମ୍ବାଇରେ ଡ୍ରଗ୍ସ ମାମଲାର ଯାଞ୍ଚ କରି ଚର୍ଚ୍ଚାକୁ ଆସିଥିଲେ | ବିଶେଷ କରି ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଯେତେବେଳେ ସେ ଗିରଫ କରିଥିଲେ ସେତେବେଳେ ସେ ଖବରର ଶିରୋନାମାରେ ରହିଥିଲେ । ଏହା ପୂର୍ବରୁ ଅନୁମାନ କରାଯାଉଥିଲା ଯେ କେନ୍ଦ୍ର ସରକାର ତାଙ୍କ ଚାକିରି ଅବଧିକୁ ସମ୍ପ୍ରସାରଣ କରିପାରନ୍ତି କିନ୍ତୁ ତାହା ହୋଇପାରିନାହିଁ। ପୁନର୍ବାର ତାଙ୍କୁ ରାଜସ୍ୱ ଇଣ୍ଟେଲିଜେନ୍ସ (DRI) ବିଭାଗକୁ ପଠାଯାଇଛି |

related posts

Leave a Comment