Home Breaking News / ତାଜା ଖବର ଡେଲଟା ଗଲା ଓମିକ୍ରନ ଆସିଲା

ଡେଲଟା ଗଲା ଓମିକ୍ରନ ଆସିଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦେଶର ମେଟ୍ରୋ ସହରଗୁଡିକରୁ ଡେଲଟା ଚାଲିଯିବା ପରେ ଏବେ ଆସିଛି ଓମିକ୍ରନ । ଏହା କହିଛନ୍ତି କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡାକ୍ତର ଏନ.କେ. ଆରୋରା । ଜାତୀୟ ଗଣମାଧ୍ୟମକୁ ଡାକ୍ତର ଆରୋରା କହିଛନ୍ତି, ଦେଶରେ ତୃତୀୟ ଲହର ଆସିଯାଇଛି । ଏବେ ମେଟ୍ରୋ ସହରର ଅଧିକାଂଶ ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି।  ଡିସେମ୍ବର ପ୍ରଥମ ସପ୍ତାହରେ ଦେଶରେ ଓମିକ୍ରନ ଚିହ୍ନଟ ହୋଇଥିଲା । ଗତ ସପ୍ତାହରେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ଥିଲେ । ହେଲେ ଏବେ ଏହା ୨୮ ପ୍ରତିଶତକୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ରାଜ୍ୟରେ ମାତ୍ର ୭୦ଟି ନମୁନାର ଜିନୋମ ସିକ୍ୱେନ୍ସିଂ କରାଯାଇଥିବା ବେଳେ, ସେଥିରୁ ୩୭ଟି ଓମିକ୍ରନ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏବେ ୩୦୦ରୁ ଉର୍ଦ୍ଧ୍ବ ନମୁନା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିନୋମ ସିକ୍ୱେନ୍ସିଂ ପାଇଁ ଦିଆଯାଇଛି । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଏହାର ସମୀକ୍ଷା କରିଛି । ତା’ ସହିତ ଜିଲ୍ଲା ସ୍ତରରେ ହସ୍ପିଟାଲ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯିବା ସହ ଅଧିକ ଟେଷ୍ଟିଂ ଓ ଜିନୋମ ସିକ୍ୱେନ୍ସିଂ କରିବାକୁ ପରାମର୍ଶ ଦିଆଯାଇଛି ।

related posts

Leave a Comment