Home Breaking News / ତାଜା ଖବର ମାଓବାଦୀ ନାରେ ମିଲ୍ ମାଲିକଙ୍କୁ ଟଙ୍କା ମାଗି ଯୁବକ ଗିରଫ

ମାଓବାଦୀ ନାରେ ମିଲ୍ ମାଲିକଙ୍କୁ ଟଙ୍କା ମାଗି ଯୁବକ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୩/୦୧-(ଧନେଶ୍ବର ରାଉତ)-ରାୟଗଡ ଜିଲ୍ଲାରେ ଧୀରେ ଧୀରେ ମାଓ ଉପଦ୍ରବ କମି ଆସୁଥିବା ବେଳେ ଏଭଳି ଘଟଣା କଲ୍ୟାଣସିଙ୍ଘପୁର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ମାଓବାଦୀ ନାମରେ ଚାନ୍ଦା ଆଦାୟ କରିବା ଘଟଣା କୁ ନେଇ ଯୁବକକୁ ଗିରଫ କରିଛି ପୋଲିସ ।
କେସ ନମ୍ବର ୧ ,ଦଫା ୩୮୬,୫୦୭,୩୪ ଆଇ. ପି. ସି ରେ ମାମଲା ରୁଜୁ କରି ଯୁବକଟିକୁ କୋର୍ଟ ଚାଲାଣ କରାଯାଇଛି । ପୋଲିସ୍ ତାର ଅଧିକ ତଦନ୍ତ ଜାରି ରଖିଛି। ଏହିପରି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତରେ। ମାଓବାଦୀ ନାମରେ ଜଣେ ଯୁବକ ମାଝୀଗୁଡା ମିଲ ମାଲିକ ଭୂମି ମାଧବ ରାଓ ଙ୍କୁ ଫୋନ୍ ମାଧ୍ୟମରେ ମାଓବାଦୀ ନାମ କହି ୧ ଲକ୍ଷ ୫୦ ହଜାର ଟଙ୍କା ମାଗି ଆସୁଥିଲେ । ଟଙ୍କା ନଦେଲେ ତୁମକୁ ଓ ମିଲ କୁ ବୋମା ପକାଇ ଉଡାଇଦେବାକୁ ଧମକ ଚମକ ଦେଇଥିଲେ । ତେବେ କୌଣସି ଉପାୟ ନପାଇ ମାଧବ ରାଓ ଶେଷରେ ସ୍ଥାନୀୟ କଲ୍ୟାଣସିଂହପୁର ଥାନା ଅଧିକାରୀ ସୁକୁମା ହଂସଦା ଙ୍କ ପାଖରେ ସହାୟତା ଲୋଡିଥିଲେ ।ଏହାପରେ ଘଟଣାକୁ ନେଇ ହସ୍ତକ୍ଷେପ କରି ସ୍ଥାନୀୟ ପୁଲିସ ଛାନ୍ ଭିନ୍ ଆରମ୍ଭ କରିଥିଲେ । ଘଟଣାକୁ ନେଇ ପୋଲିସ ପକ୍ଷରୁ ଉକ୍ତ ଯୁବକଙ୍କ ମୋବାଇଲ ନମ୍ବରକୁ ଟ୍ରାକ କରି ଅଭିଯୁକ୍ତ କୁ ଧରିବା ରେ ସକ୍ଷମ ହୋଇଥିଲେ । ଏହାପରେ ଜିଲା ଏସ .ଡି .ପିଓ ଦିବ୍ୟଜ୍ୟେତି ଦାସ ଆଜି ସ୍ଥାନୀୟ ଥାନାରେ ପହଞ୍ଚି ଘଟଣାକୁ ନେଇ ଅଧିକ ତଦନ୍ତ କରିବା ସହ ଏଥିରେ ଅନ୍ୟ କେଉଁ ମାନେ ସାମିଲ ଅଛନ୍ତି ଏହାରପ୍ରକୃତ ତଦନ୍ତ କରିବା ପରେ ସେମାନଙ୍କୁ ମଧ୍ୟ ଅତିଶୀଘ୍ର ଧରାଜୀବ ବୋଲି ସୂଚନା ଦେଇଛନ୍ତି । ଗିରଫ ଯୁବକ ବି ଭରତ ସେ ସେସଖାଲ ଥାନା ଅଂଚଳର ବୋଲି ଜଣା ପଡିଥିଲା ବେଳେ ଏହା ଆନ୍ଧ୍ର ସୀମାନ୍ତ ହୋଇଥିବା ବେଳେ ଏହି ଅପରାଧୀ ଜଣକ କିଏ କଣ କରୁଥିଲା ଅସଲି କି ନକଲି ମାଓବାଦୀ ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅଧିକ କିଛି କହିବାକୁ ମନା କରିବା ସହ ଆଗକୁ ତଦନ୍ତ ରେ ବାଧା ସୃଷ୍ଟିହେବ ବୋଲି କହିଛନ୍ତିରାୟଗଡା କଳାହାଣ୍ଡି ଜିଲା ସୀମାନ୍ତ କଲ୍ୟାଣସିଂ ହପୁର ସ୍ଥିତ ନିୟମଗିରି ଅଞ୍ଚଳ ରେ ମାଓବାଦୀ ଙ୍କ ସକ୍ରିୟ ଥିବା ନେଇ ଗୁଇନ୍ଦା ବିଭାଗ, ପୋଲିସ୍ ବିଭାଗ ଗୋଟିଏ ପଟେ ତପ୍ତର ଥିବା ବେଳେ ଅନ୍ୟ ପଟେ ମାଓବାଦୀ ନାମରେ ଚାନ୍ଦା ଆଦାୟ କରିବା ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟାବହ ସୃଷ୍ଟି ହୋଇଛି ।ଉକ୍ତ ଅଞ୍ଚଳ ମାଓ ପ୍ରବଣ ହୋଇଥିବା ଯୋଗୁଁ ଏଭଳି ଘଟଣା ଘଟିବା ପୋଲିସ୍ ବିଭାଗ ଉପରେ ଦୃଢ଼ତା ଭାବରେ ହସ୍ତକ୍ଷେପ କରିବା ଆବଶ୍ୟକତା ହୋଇପଡିଛି ।

related posts

Leave a Comment