Home Breaking News / ତାଜା ଖବର ମାଘମେଳାରେ ଓମିକ୍ରନ ଭୟ: ଶ୍ରଦ୍ଧାଳୁ ଓ ସାଧୁ ସନ୍ଥଙ୍କ ପାଇଁ ଜାରି ହେଲା ଆଡ଼ଭାଇଜରୀ

ମାଘମେଳାରେ ଓମିକ୍ରନ ଭୟ: ଶ୍ରଦ୍ଧାଳୁ ଓ ସାଧୁ ସନ୍ଥଙ୍କ ପାଇଁ ଜାରି ହେଲା ଆଡ଼ଭାଇଜରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସଙ୍ଗମ ନଗରୀ ପ୍ରୟାଗରାଜରେ ପ୍ରତି ବର୍ଷ ମାଘ ମାସରେ ଗଙ୍ଗା-ଯମୁନା ଓ ଅଦୃଶ୍ୟ ସରସ୍ବତୀ ନଦୀର ତ୍ରିବେଣୀ ତଟରେ ଆୟୋଜନ ହେଉଥିବା ଆସ୍ଥାର ସବୁଠାରୁ ବଡ ମେଳା ଉପରେ ଓମିକ୍ରନ ବିପଦ ମାଡି ବସିଛି। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ବିପଦକୁ ଦୃଷ୍ଟିରେ ରଖି ମାଘ ମେଳା ପ୍ରଶାସନ ଆଲର୍ଟ ହୋଇଯାଇଛି। କରୋନାର ତୃତୀୟ ଲହର ଆଶଙ୍କା କରି ମାଘ ମେଳାକୁ ଆସିବାକୁଥିବା ଶ୍ରଦ୍ଧାଳୁ, ସାଧୁ ସନ୍ଥ ଓ କଳ୍ପବାସୀଙ୍କ ପାଇଁ କୋଭିଡ ଭାକସିନର ଦୁଇଟି ଡୋଜ ସାର୍ଟିଫିକେଟ କିମ୍ବା ୭୨ ଘଣ୍ଟା ପୂର୍ବର (RTPCR) ରିପୋର୍ଟ ଦେଖାଇବା ଅନିବାର୍ଯ୍ୟ କରାଯାଇଛି। ମାଘ ମେଳାର ସମସ୍ତ ୧୫ଟି ଏଣ୍ଟ୍ରି ପଏଣ୍ଟରେ ମଧ୍ୟ କରୋନା ଯାଞ୍ଚ କରାଯାଉଛି। ମେଳାରେ ପ୍ରତିଦିନ ହଜାରେ ଲୋକଙ୍କ କୋଭିଡ ଯାଞ୍ଚ କରାଯାଉଛି।

ଏହାସହ ମେଳା ଅଞ୍ଚଳରେ ଟୀକାକରଣ ମଧ୍ୟ ଆରମ୍ଭ କରାଯାଇଛି। ତେବେ ଏବେ ଯାଏଁ ମେଳା ଅଞ୍ଚଳରେ କୌଣସି ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି। ମେଳା ଅଧିକାରୀଙ୍କ ଅନୁଯାୟୀ, ପ୍ରତ୍ୟେକ ଏଣ୍ଟ୍ରି ଗେଟରେ କୋଭିଡ ଯାଞ୍ଚ ବ୍ୟବସ୍ଥା କରାଯାଇଛି।

ମେଳା ଅଧିକାରୀଙ୍କ କହିବାନୁଯାୟୀ, ମାଘ ମେଳାରେ କୋଭିଡ ନିୟମ କଡାକଡି ଭାବେ ପାଳନ କରାଯିବ। ସେ କହିଛନ୍ତି ଯେ ମେଳାରେ କୋଭିଡ ଟେଷ୍ଟ ଓ ଭ୍ୟାକସିନେସନର ମୋବାଇଲ ଟିମ ମଧ୍ୟ ଉପସ୍ଥିତ ରହିବେ। ଏମାନେ କ୍ୟାମ୍ପକୁ ଯାଇ କୋଭିଡ ଯାଞ୍ଚ କରିବେ। ସେ କହିଛନ୍ତି ଯେ ମେଳାର ସାଧୁ ସନ୍ଥ ଓ ସଂସ୍ଥାଗୁଡିକ ସହ ବୈଠକ କରି ଆଡ଼ଭାଇଜରୀ ଜାରି କରାଯାଇଛି।

related posts

Leave a Comment