Home Breaking News / ତାଜା ଖବର କଲ୍ୟାଣସିଙ୍ଘପୁର ଓ ବିସମକଟକ ଭାଜପା ଯୁବ ମୋର୍ଚ୍ଚା ତରଫରୁ ବିଡିଓଙ୍କୁ ଦାବୀ ପତ୍ର ପ୍ରଦାନ: ସମାଧାନ ନ କଲେ ଆନ୍ଦୋଳନ ହେବ ଯୁବ ମୋର୍ଚ୍ଚା

କଲ୍ୟାଣସିଙ୍ଘପୁର ଓ ବିସମକଟକ ଭାଜପା ଯୁବ ମୋର୍ଚ୍ଚା ତରଫରୁ ବିଡିଓଙ୍କୁ ଦାବୀ ପତ୍ର ପ୍ରଦାନ: ସମାଧାନ ନ କଲେ ଆନ୍ଦୋଳନ ହେବ ଯୁବ ମୋର୍ଚ୍ଚା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୩/୦୧-(ଧନେଶ୍ବର ରାଉତ)- ରାୟଗଡ଼ା ଜିଲ୍ଲା ଭାଜପା ସଭାପତି ଶ୍ରୀ ଶିବ ପଟ୍ଟନାୟକଙ୍କ ନିର୍ଦେଶରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ଙ୍କ ତତ୍ୱାବଧାନରେ ଏବଂ ଜ଼ିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଶ୍ରୀ ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ କଲ୍ୟାଣସିଙ୍ଗପୁର ବ୍ଲକ ରେ ବିଡ଼ିଓ ସୁଧାକର ରଇତ ଓ ବିସମକଟକ ବିଡିଓ ଙ୍କ ମାଧ୍ୟମ ରେ ରାୟଗଡା ଜ଼ିଲ୍ଲାପାଳ ଙ୍କ ଉଦେଶ୍ୟରେ ଉଭୟ ବ୍ଲକ ର ବିଭିନ୍ନ ଦାବି କୁ ନେଇ ଏକ ଦାବିପତ୍ର ଦିଆଗଲା। .ଉକ୍ତ ଦାବିପତ୍ର ରେ ଉଲେକ୍ଷ କରାଯାଇଛି ଜେ ଉଭୟ ବ୍ଲକର ବିଭିନ୍ନ ପ୍ରକାର ସମସ୍ୟା ଗୁଡିକରେ ଅନିୟମିତତା ଯଥା କାଳିଆ ଯୋଜନା, ପିଏମ କିଷାନ ଯୋଜନା,ସାର ଯୋଗେଇବା, କୃଷି ଅଧିକାରୀ ଅଭାବ, ଚେକ ଡ୍ୟାମ ସମସ୍ୟା, ଚାଷୀ ବିହନ ସମସ୍ୟା, ପାଣି ପାଇଁ ଟ୍ୟୁବୱେଲ ବ୍ୟବସ୍ଥା ପାଇଁ ଟ.୫୦୦୦/-, ବିପିଏଲ କାର୍ଡରେ ପଞ୍ଜିକରଣ ,ପିଏମ ଆବାସ ଯୋଜନା, ଗୋରୁଶାଳ ଯୋଜନା, ସ୍କୁଲ ଶିକ୍ଷକ ଅଭାବ, ମେଡିକାଲ ଅବ୍ୟବସ୍ଥା, ଯେ.ଇ ମାନଙ୍କର ମାନମୁଖୀ କାର୍ଯ୍ୟ ଓ ଦାଦାଗିରି, ସଫେଇ କାର୍ଯ୍ୟ, ନାବାଳିକା କିଡନାପରେ ପୋଲିସର ଅବହେଳା, ଆଦିବାସୀଙ୍କୁ ଜଙ୍ଗଲ ଜମି ଆଇନ ଅନୁଯାୟୀ ପଟ୍ଟା ପ୍ରଦାନ, ପ୍ରତ୍ୟକ ଜିଲ୍ଲା ପରିଷଦ ଜୋନରେ ଜଳ ନିଷ୍କାସନ ବ୍ୟବସ୍ଥା ଆଦି ସମ୍ପର୍କରେ ଦର୍ଶାଯାଇଛି। ଏ ସବୁ ସମସ୍ୟା ପାଇଁ ସରକାରୀ କର୍ମଚାରି ହିଁ ଦାୟୀ ଜାହା ଶ୍ରୀ ପଟ୍ଟନାୟକ ଜଣେଇଛନ୍ତି । ସେହିଭଳି ବିସମକଟକ ବ୍ଲକରେ ରକ୍ତପାଇଁ ଲାଞ୍ଚ ମାଗିବା, ରୋଗୀଙ୍କୁ ଚିକିତ୍ସା ପାଇଁ ହାତ ଗୁଂଜା ନେବା , ଜନ୍ମ ମୃତ୍ୟୁ ପଞ୍ଜିକରଣ ପାଇଁ ଲାଞ୍ଚ, ଶିକ୍ଷାରେ ଅବହେଳା ଭଳି ମୌଳିକ ସୁବିଧାଆଗାମୀ ଦଶ ଦିନ ଭିତରେ ଉଭୟ ଶାସକ ବ୍ଲକ ରେ ହେଉଥିବା ଅନିୟମିତା ଉପରେ ଅଙ୍କୁଶ ଲଗାଇ ଯଦି କାର୍ଯ୍ୟାନୁଷ୍ଠାନ ନହେଉଛି ତାହାଲେ ଜ଼ିଲ୍ଲା ଯୁବମୋର୍ଚ୍ଚା ତରଫରୁ କେସିଙ୍ଗପୁର ଓ ବିସମକଟକ ବ୍ଲକ ଘେରାଓ କରାଯିବ ବୋଲି ଶ୍ରୀ ମନୋଜ ପଟ୍ଟନାୟକ ଜଣାଇଛନ୍ତି. ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀ ମନୋଜ ପଟ୍ଟନାୟକ ଙ୍କ ସମେତ କେସିଙ୍ଗପୁର ମଣ୍ଡଳ ସଭାପତି ରାମାରାଓ କାଡ୍ରାକା, ଶିକାରପାଇ ମଣ୍ଡଳ ସଭାପତି ମନୋଜ କୁମାର ସେଠି,ଜଗନ୍ନାଥ ରାଓ, ନରସିହ୍ନ କୌଶଲ୍ୟା, ଶିବ ଆଚାରୀ, ରମାକାନ୍ତ ଆଚାରି ଏବଂ ନିରଞ୍ଜନ କାଡ୍ରାକା. ବିସମକଟକ ବ୍ଲକ ଯୁବ ମୋର୍ଚ୍ଚା ସଭାପତି ଗୌତମ ଉଲକା, ବରିଷ୍ଟ ଭାଜପା ନେତା ସର୍ବେଶ୍ୱର ସୁନା,ମଣ୍ଡଳ ସଭାପତି ରୋହିତ ଦଣ୍ଡସେନା, ପୂର୍ବତନ କୃଷକ ମଣ୍ଡଳ ସଭାପତି ବାଦଲ କୁ ରଣା ରାମ ଦାସ ଉଲକା ଦାବି ଦବାକୁ ଯାଇଥିଲେ।

related posts

Leave a Comment