Home Breaking News / ତାଜା ଖବର କୋଭିଡ ବିସ୍ଫୋରଣ: ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କୋଭିଡ ବିସ୍ଫୋରଣ: ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆରିୟନ୍‌ ଖାନ ଡ୍ରଗ୍ସ ପାର୍ଟି ମାମଲା ପରେ ଏବେ ପୁଣିଥରେ ଚର୍ଚ୍ଚାରେ କୋର୍ଡେଲିଆ କ୍ରୁଜ୍‌ । ଏଥର କିନ୍ତୁ ମାମଲା କୌଣସି ଡ୍ରଗ୍ସ କାରବାର ନୁହେଁ ବରଂ କୋଭିଡ୍‌ ବିସ୍ଫୋରଣ । ମୁମ୍ବାଇରୁ ଗୋଆ ଆସୁଥିବା କୋର୍ଡେଲିଆ କ୍ରୁଜ୍‌ରେ ଅନେକ ଯାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ପ୍ରଥମେ କ୍ରୁଜ୍‌ର ଜଣେ କ୍ୟାପଟେନ୍‌ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । କିନ୍ତୁ ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବ୍ୟାପକ ଭାବେ ବୃଦ୍ଧିପାଇଛି । କ୍ରୁଜ୍‌ରେ ଥିବା ପ୍ରାୟ ୨ ହଜାର ଯାତ୍ରୀଙ୍କ ମଧ୍ୟରୁ ୬୬ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢିବା ନେଇ ଅନୁମାନ କରାଯାଉଛି ।

ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ ରାଣେ କହିଛନ୍ତି, କୋର୍ଡେଲିଆ କ୍ରୁଜ୍‌ର କ୍ୟାପଟେନ୍ ପ୍ରଥମେ ସଂକ୍ରମିତ ଚିହ୍ନଟ ହେବାପରେ କ୍ରୁଜ୍‌ରେ ଥିବା ସମସ୍ତ ଯାତ୍ରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ଯେଉଁଥିରୁ ୬୬ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌​‌ରେ ରଖାଯାଇଛି । ଏଥି ସହିତ ଅଧିକ ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

related posts

Leave a Comment