Home Breaking News / ତାଜା ଖବର ତୃତୀୟ ଲହରରେ ୧୬ରୁ ୨୦ ଲକ୍ଷ ହୋଇପାରେ ଦୈନିକ ସଂକ୍ରମଣ !

ତୃତୀୟ ଲହରରେ ୧୬ରୁ ୨୦ ଲକ୍ଷ ହୋଇପାରେ ଦୈନିକ ସଂକ୍ରମଣ !

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଲମ୍ବ ଡିଆଁ ମାରୁଛି କରୋନା ସଂକ୍ରମଣ । ୭ ଦିନ ମଧ୍ୟରେ ୫ ଗୁଣରୁ ଅଧିକ ବଢ଼ିଛି ଦୈନିକ ସଂକ୍ରମଣ । ଡିସେମ୍ବର ୨୮ ତାରିଖରେ ୬୩୫୮ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଜାନୁଆରି ୩ ତାରିଖରେ ୩୩ ହଜାର ୭୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୨୨. ୫ ପ୍ରତିଶତ ବୃଦ୍ଧି ପାଇଛି । ଡିସେମ୍ବରରେ ଓମିକ୍ରନ ସକ୍ରିୟ ହେବା ପରେ ପ୍ରତିଦିନ ଦେଶରେ ବଢ଼ିଚାଲିଛି କରୋନା ସଂକ୍ରମଣ ।

ଜାତୀୟ ଗଣମାଧ୍ୟମ ଏନଡିଟିଭିର ରିପୋର୍ଟ ଅନୁସାରେ ଦ୍ୱିତୀୟ ଲହର ଠାରୁ ତୃତୀୟ ଲହରରେ ୪-୫ ଗୁଣ ଅଧିକ ହୋଇପାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଡେଲଟା ଭୂତାଣୁ ଶୀର୍ଷ ଛୁଇଁବା ବେଳେ ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଥିଲା । ଓମିକ୍ରନ ଅଧିକ ସଂକ୍ରାମକ ହୋଇଥିବାରୁ ପିକ୍ ସମୟରେ ଦିନକରେ ୧୬ରୁ ୨୦ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇପାରନ୍ତି । ସେହିପରି ସଂକ୍ରମଣ ବଢ଼ିଲେ, ଦେଶରେ ଦୈନିକ ୬୦ ହଜାର ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇପାରନ୍ତି ବୋଲି ଆକଳନ କରାଯାଉଛି । ଡେଲଟା ଶୀର୍ଷରେ ଥିବା ବେଳେ ଦୈନିକ ୨୪ ହଜାର ରୋଗୀ ଡାକ୍ତରଖାନାକୁ ଯାଉଥିଲେ ।

ତେବେ ବିଶେଷଜ୍ଞଙ୍କ ମତରେ ଜିନୋମ ସିକ୍ୱେନ୍ସିଂ କମ୍ ହେଉଥିବାରୁ ଏବେ ଓମିକ୍ରନ ମାମଲା କମ୍ ଆସୁଛି କିନ୍ତୁ ଏହି ମାମଲା ପ୍ରକୃତରେ ବହୁ ଅଧିକ । ଏବେ ତୃତୀୟ ଲହରର ଶୀର୍ଷ ଆଡକୁ ଧୀରେ ଧୀରେ ଗତି କରୁଛୁ । ଜାନୁଆରି ଶେଷ ସପ୍ତାହରେ ପିକରେ ପହଁଚିବା ସମ୍ଭାବନା ରହିଛି । ହସପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ିଲେ ବି ରୋଗୀ ଗୁରୁତର ହେଉନଥିବାରୁ ଆଇସିୟୁର ଲୋଡ୍ ପୂର୍ବ ଠାରୁ କମ୍ ରହିବ ବୋଲି କହିଛନ୍ତି ବିଶେଷଜ୍ଞ । ଅନ୍ୟପଟେ ଡେଲ୍ଟା ଅପେକ୍ଷା ଓମିକ୍ରନ୍ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେଉନାହିଁ । ଦକ୍ଷିଣ ଆଫ୍ରିକାରେ, କରୋନା ଭୂତାଣୁର ଉଭୟ ପ୍ରଜାତି ଦ୍ୱାରା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଅନୁଧ୍ୟାନ କରି କହିଛନ୍ତି ଭୂତାଣୁ ବିଶେଷଜ୍ଞ ଡାକ୍ତର ଫହିମ ୟୁନୁସ ।

related posts

Leave a Comment