Home Breaking News / ତାଜା ଖବର ଆସିବ ୧୦ରୁ ଅଧିକ ଭାକସିନ୍, ଚାଲିଛି ଟ୍ରାଏଲ

ଆସିବ ୧୦ରୁ ଅଧିକ ଭାକସିନ୍, ଚାଲିଛି ଟ୍ରାଏଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଚାରିଆଡେ ଭୟର ମାହୋଲ । କରୋନା ଭାଇରସର ଏହି ନୂଆ ଭାରିଆଣ୍ଟ ହୁହୁ ହୋଇ ବଢିବାରେ ଲାଗିଛି । ଭାରତରେ ଏହି ଭାରିଆଣ୍ଟ ୨୩ଟି ଦେଶକୁ ବ୍ୟାପି ସାରିଲାଣି । ଏହା ଡେଲଟା ଅପେକ୍ଷା ଅଧିକ ସଂକ୍ରାମକ ବୋଲି କୁହାଯାଉଛି  । ଏହି ନୂଆ ବିପଦର ସାମ୍ନା କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ନୂଆ ଟିକା ଉତ୍ପାଦନକାରୀ କମ୍ପାନୀ ।

ଅତି କମରେ ୧୦ଟି ଭାକସିନ୍ କମ୍ପାନୀ ଓମିକ୍ରନକୁ ଟକ୍କର ଦେବାରେ ଲାଗିଛନ୍ତି । ଏହାସହ ଆଉ ୭ଟି ଟିକାର ଟ୍ରାଏଲ ଜାରି ରହିଛି । ଆଗାମୀ ୨ରୁ ୩ ମାସରେ ଏହା ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇଯିବ ବୋଲି ସୂଚନା ମିଳିଛି । ଭାରତରେ ଆଇସିଏମଆର କୋଭାକ୍ସିନ୍ ଓ କୋଭିସିଲ୍ଡ ନୂଆ ଭାରିଆଣ୍ଟ ବିରୋଧରେ କେତେ ଉପଯୋଗୀ ସେନେଇ ପରୀକ୍ଷଣ ଆରମ୍ଭ କରିସାରିଛି ।

ବିଶ୍ୱରେ  ବେଟୁଭାକ୍ସ କୋଭ-୨, ଇନୋଭିଓ ୪୮୦୦, ଭାଲନେଭା, ଓରାଭାକ୍ସ, ଗ୍ରିଟଷ୍ଟୋନ୍, ଡାଇସି ସାଙ୍କୟୋ, କେଏମ ବାୟୋଲୋଜି ପକ୍ଷରୁ ଟିକା ପ୍ରସ୍ତୁତ କରାଯାଇଛି । ଏହା ମଧ୍ୟରୁ କେତେକକୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରାଯିବ । ସେହିପରି ପୂର୍ବରୁ ମଞ୍ଜୁରୀ ପାଇଥିବା ଫାଇଜର, ମୋଡେର୍ଣ୍ଣା, ଭାରତ ବାୟୋଟେକ, ସେରମ୍, ଜାନସିନ୍ ସିନୋଫାର୍ମ,ସିନୋଭାକ, ଗାମାଲେୟା, ନୋଭଭାକ୍ସ, ଆଷ୍ଟ୍ରାଜେନେକା ଓ ଆନହୁଇ ନୂଆ ଭାରିଆଣ୍ଟ ବିରୋଧରେ କେତେ ଫଳପ୍ରଦ ସେନେଇ ଗବେଷଣା ଜାରି ରହିଛି । ୩୦ ଭାକସିନ୍ ଅତି କମରେ ଗୋଟିଏ ଦେଶରେ ମଞ୍ଜୁରୀ ପାଇସାରିଛି ।

ସେହିପରି ୬ଟି ଭାକସିନକୁ ବୁଷ୍ଚର ଡୋଜ୍ ଭାବେ ବ୍ୟବହାର ନେଇ ପ୍ରକ୍ରିୟା ଚାଲିଛି । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ନୂଆ ଭାରିଆଣ୍ଟ ବିରୋଧରେ ଲଢିବ । ଏବେବି ଅନେକ ଦେଶରେ ବୁଷ୍ଟର ଡୋଜ୍ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି ।

related posts

Leave a Comment