Share with
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ରାଜ୍ୟର ପାଞ୍ଚଟି ଜିଲ୍ଲା ପାଇଁ ହଳଦିଆ ଚେତାବନୀ ବା ‘ୟେଲୋ ଓ୍ଵାର୍ଣ୍ଣିଂ’ ଜାରି କରିଛି। ରାଜ୍ୟରେ ଆସନ୍ତା ତିନି ଦିନ ପାଇଁ ଶୀତ ଲହରୀ ଜାରି ରହିବ ବୋଲି ଆଇଏମଡି ଚେତାବନୀ ଦେଇଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଦେଇଛି ଯେ ଆଗାମୀ ଦିନରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ସେଲସିୟସ୍ ହ୍ରାସ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁଯାୟୀ, ଜାନୁଆରି ୪ ଏବଂ ୫ରେ ଝାରସୁଗୁଡା, ସୁନ୍ଦରଗଡ, ସୋନପୁର, ସମ୍ବଲପୁର ଏବଂ ବଲାଙ୍ଗୀର ପ୍ରଭୃତି ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବ। ରାତିର ତାପମାତ୍ରାରେ ଆହୁରି ହ୍ରାସ ଘଟିବ।