Home Breaking News / ତାଜା ଖବର କାଲିଠୁ ୧୫-୧୮ ବର୍ଷ ପିଲାଙ୍କୁ ଦିଆଯିବ ଭ୍ୟାକସିନ୍

କାଲିଠୁ ୧୫-୧୮ ବର୍ଷ ପିଲାଙ୍କୁ ଦିଆଯିବ ଭ୍ୟାକସିନ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନାର ତୃତୀୟ ଲହର ଆଶଙ୍କା ଭିତରେ ପ୍ରଥମ ଥର ପାଇଁ କାଲି ଠାରୁ ବା ଜାନୁଆରୀ ୩ ତାରିଖରୁ ପିଲାମାନଙ୍କର ଟୀକାକରଣ ଆରମ୍ଭ ହେବ। ଏଥିରେ ସର୍ବପ୍ରଥମେ ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଟୀକାକରଣ କରାଯିବ। ୧୫ ରୁ ୧୮ ବର୍ଷ ପିଲାମାନଙ୍କୁ ଟୀକାକରଣ କରିବା ପାଇଁ ଭାରତ ବାୟୋଟେକ କମ୍ପାନୀର କୋଭାକ୍ସିନ ଟୀକାକୁ ଅନୁମତି ମିଳିଛି।  

କୋଭିଡ ଟୀକା ନିର୍ମାତା ଭାରତ ବାୟୋଟେକ କମ୍ପାନୀ ଦାବି କରିଛି ଛୋଟ ପିଲାଙ୍କ ଉପରେ ତାଙ୍କ ଟୀକାର ପ୍ରଭାବ ଭଲ ରହିଛି। ପରୀକ୍ଷଣ ପରେ ପିଲାମାନଙ୍କ ପାଇଁ ଟୀକା ବହୁତ ସୁରକ୍ଷିତ ବୋଲି ପ୍ରମାଣିତ ହୋଇଛି। ବୟସ୍କ ଲୋକଙ୍କ ତୁଳନାରେ ପିଲାଙ୍କଠାରେ ଏହି ଟୀକା ୧.୭ ଗୁଣା ଅଧିକ ଆଣ୍ଟିବଡ଼ି ତିଆରି କରିବ ବୋଲି କୁହାଯାଇଛି।

 ୧୫ ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ ପାଇଁ ୨୦୨୨ ଜାନୁଆରୀ ୦୧ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ତା ସହ ଏପଏଣ୍ଟମେଣ୍ଟ ଅନଲାଇନ କିମ୍ବା ଟୀକାକରଣ କେନ୍ଦ୍ରରେ ମଧ୍ୟ ବୁକ କରାଯାଇ ପାରିବ। ପିଲାମାନଙ୍କୁ ଏବେ କୋଭାକ୍ସିନ ଟୀକା ଦିଆଯିବ। ଜାଇଡସ କୌଡିଲା ର ଜାଏକୋବ-ଡି ଟୀକାକୁ ଅଗଷ୍ଟ ୨୦ରେ ଅନୁମତି ମିଳିଥିଲା। କିନ୍ତୁ ଏହି ଟୀକାକୁ ଏବେ ଟୀକାକରଣରେ ସାମିଲ କରାଯାଇନାହିଁ। ଏହି ଟୀକାକୁ ୧୨ ବର୍ଷରୁ ଅଧିକ ପିଲାମାନଙ୍କୁ ଦିଆଯିବ।

related posts

Leave a Comment