Home Breaking News / ତାଜା ଖବର ସୋମବାରଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ହେବ ଭର୍ଚୁଆଲ ଶୁଣାଣି

ସୋମବାରଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ହେବ ଭର୍ଚୁଆଲ ଶୁଣାଣି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜାତୀୟ ରାଜଧାନୀରେ କୋଭିଡ-୧୯ର ସଂକ୍ରମଣ ବେଗ ବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି। ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର ୩ ଜାନୁୟାରୀରୁ ସୁପ୍ରିମକୋର୍ଟ ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ଭର୍ଚୁଆଲ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାରା ଦେଶରେ ଗତ ୨୪ ଘଣ୍ଟାରେ ୨୭ ହଜାର ୫୫୩ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କୋରନାର ନୂଆ ଭାରିଏଣ୍ଟ ଓମିକ୍ରନର ୯୪ଟି ମାମଲା ମଧ୍ୟ ରହିଛି।

ରବିବାର ସାରା ଦେଶରେ ଓମିକ୍ରନର ମୋଟ ମାମଲା ସଂଖ୍ୟା ୧ ହଜାର ୫୨୫କୁ ପହଞ୍ଚିଛି। ଦେଶରେ ୨୩ଟି ରାଜ୍ୟରୁ ଏହି ସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣକୁ ନେଇ ଏବେ ଚିନ୍ତା ଉପୁଜିଛି। ତେବେ ଦେଶରେ ଓମିକ୍ରନର ଏପର୍ଯ୍ୟନ୍ତ ସବୁଠୁ ଅଧିକ ମାମଲା ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି। ଏଠାରେ ଏହି ଭାରିଏଣ୍ଟରେ ଆକ୍ରାନ୍ତ ୪୬୦ ଜଣ ଚିହ୍ନଟ ହେଲେଣି। ମହାରାଷ୍ଟ୍ର ପଛକୁ ଦିଲ୍ଲୀ ରହିଥିବା ବେଳେ ଏଠାରେ ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ୩୫୧କୁ ପହଞ୍ଚିଛି। ଯାହାକି ଚିନ୍ତାଜନକ କୁହାଯାଇଛି।

related posts

Leave a Comment