Home Breaking News / ତାଜା ଖବର କରୋନା ପାଇଁ ବଦଳିଲା ନିଷ୍ପତି, ପ୍ରଥମରୁ ପଂଚମ ସ୍କୁଲ ଖୋଲିବା ନିଷ୍ପତି ସାମୟିକ ସ୍ଥଗିତ

କରୋନା ପାଇଁ ବଦଳିଲା ନିଷ୍ପତି, ପ୍ରଥମରୁ ପଂଚମ ସ୍କୁଲ ଖୋଲିବା ନିଷ୍ପତି ସାମୟିକ ସ୍ଥଗିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦୀର୍ଘ ୨ ସପ୍ତାହ ଧରି ପ୍ରଥମରୁ ପଂଚମ ଶ୍ରେଣୀ ଖୋଲିବା ନେଇ ବାରମ୍ୱାର ବିଚାର ଆଲୋଚନା ଚାଲିଥିଲା । କରୋନା କାଳରେ ଅଭିଭାବକ ନିଜ ପିଲାଙ୍କୁ ସ୍କୁଲ ନଛାଡିବାକୁ ଆଭିମୁଖ୍ୟ ଦେଖାଇ ଆସୁଥିଲେ । କିନ୍ତୁ ଗଣଶିକ୍ଷାମନ୍ତ୍ରୀ ମୁହଁ ଫୁଟାଣି ମାରି କହି ଆସୁଥିଲେ ପୂର୍ବ ନିଷ୍ପତି ଅନୁସାରେ ଖୋଲିବ ସ୍କୁଲ । ଅର୍ଥାତ୍ ଜାନୁଆରୀ ୩ ତାରିଖରୁ ସ୍କୁଲ ଖୋଲିଥାନ୍ତା । କିନ୍ତୁ ବର୍ତମାନ କରୋନା ସଂକ୍ରମଣକୁ ଧ୍ୟାନରେ ରଖି ରାଜ୍ୟ ଗଣଶିକ୍ଷା ବିଭାଗ ନିଜ ନିଷ୍ପତିରେ ପରିବର୍ତନ କରିଛନ୍ତି । ପ୍ରଥମରୁ ପଂଚମ ଶ୍ରେଣୀ ଯାଏଁ ବର୍ତମାନ ସ୍କୁଲ ଖୋଲିବା ନିଷ୍ପତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛି ଗଣଶିକ୍ଷା ବିଭାଗ ।

କଣ କହୁଛି ଗଣଶିକ୍ଷା ବିଭାଗ ବିଜ୍ଞପ୍ତି
-ପ୍ରଥମରୁ ପଂଚମ ଶ୍ରେଣୀ ସ୍କୁଲ ଖୋଲିବା ନିଷ୍ପତି ସାମୟିକ ସ୍ଥଗିତ
-ଜାନୁଆରୀ ୩ରୁ ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତି ଅଟକିଲା
-୨୩ ହଜାର ସ୍କୁଲ ଜାନୁଆରୀ ୩ରୁ ଏବଂ ୩୦୯୩ ସ୍କୁଲ ଜାନୁଆରୀ ୧୦ରୁ ଖୋଲିଥାନ୍ତା
-କରୋନା ପାଇଁ ବର୍ତମାନ ସମସ୍ତ ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତି ସାମୟିକ ସ୍ଥଗିତ
-ଷଷ୍ଠରୁ ଦଶମ ଶ୍ରେଣୀ ପାଠପଢା ଆଗ ପରି ଚାଲୁ ରହିବ
-ଜାନୁଆରୀ ୫ରୁ ୮ ତାରିଖ ୧୦ମ ଶ୍ରେଣୀର ଜାରି ରହିବ ସମେଟିଭ୍ ୧ ପରୀକ୍ଷା

related posts

Leave a Comment