Home Breaking News ଶବର ସମାଜର ମାତ୍ରାବନାମ ପୂଜନ କରି ଇଂରାଜୀ ନବବର୍ଷକୁ କଲେ ସ୍ୱାଗତ

ଶବର ସମାଜର ମାତ୍ରାବନାମ ପୂଜନ କରି ଇଂରାଜୀ ନବବର୍ଷକୁ କଲେ ସ୍ୱାଗତ

by Times One Odia
Share with
     
 
 
   

ରାୟଗଡ-୦୨/୦୧-(ଧନେଶ୍ବର ରାଉତ)- ନୂତନ ବର୍ଷ ୨୦୨୨ ର ପ୍ରଥମ ଦିନରେ ଏଙ୍ଗେର୍ବା ସ୍ଥିତ ସୈରା ପଣ୍ଡିତ ମାଙ୍ଗାଇ ଆଶ୍ରମରେ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନଙ୍କ ତରଫରୁ ଏଙ୍ଗେର୍ବା ଗ୍ରାମ ପରିବେଷ୍ଠିତ ବାର ଖଣ୍ଡ ଗ୍ରାମର ମୁଖିଆ ତଥା ମୁଖ୍ୟ ଦାୟିତ୍ୱ ରେ ଥିବା ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଶ୍ରୀ ଶ୍ରୀ କିତୁଙ୍ ମତ୍ତାରବନମଙ୍କୁ ପୂଜା ଅର୍ଚ୍ଚନା କରି ଶବର ସମାଜ ତଥା ସ୍କୁଲର ଶିକ୍ଷକ ଏବଂ ଅନ୍ତେବାସୀ ଙ୍କର ଶୁଭ କାମନା କରାଯାଇଥିଲା।ଏହି ଅବସରରେ କମିଟି ମୁଖ୍ୟ ଶ୍ରୀ ମମ ଶବର ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ ନୂଆବର୍ଷ ର ଅଭିନନ୍ଦନ ଜଣାଇବା ସହିତ ନୂଆ ବର୍ଷରେ ଆଶ୍ରମ ପାଇଁ ନୂତନ ଆଭିମୁଖ୍ୟ ବିଷୟରେ ଉଦବୋଧନ ଦେଇଥିଲେ। କରୋନା ପାଇଁ ସମସ୍ତ ସଦସ୍ୟ ମୁଖା ପିନ୍ଧି ସାମାଜିକ ଦୂରତା ରଖ୍ୟାକରି ସୁଲଳିତ କଣ୍ଠରେ ଶ୍ରୀ ଶ୍ରୀ ମତ୍ତାରବନମ ଙ୍କ ଉଦ୍ଦେଶ୍ୟରେ ଦେଶର ତଥା ପୃଥିବୀର ମଙ୍ଗଳ ପାଇଁ ପ୍ରାର୍ଥନା ଗାନ କରିଥିଲେ। ଅତିଥି ସଦସ୍ୟ ଭାବରେ ଶ୍ରୀ ଚକ୍ରପାଣି ଶବର ଏବଂ ଶ୍ରୀ ବଳରାମ ଶବର ଉପସ୍ଥିତ ଥିଲେ। ଶ୍ରୀ ପ୍ରେମ ଶବର, ଶ୍ରୀ ରତନ ଶବର ପ୍ରମୁଖ ପ୍ରାର୍ଥନା ସଭାକୁ ପରିଚାଳନା କରିଥିଲେ।ଏହି ଅବସରରେ ଫାଲ୍ଗୁନି ଶବର, ଆଦିବାସୀ ନେତା ବିଦ୍ୟାଧର ଶବର ଓ ଅନ୍ୟମାନେ ଉପସ୍ଥିତ ସମସ୍ତ ସଦସ୍ୟ ଏକମନ ଏକ ପ୍ରାଣ ହୋଇ ଆଶ୍ରମ ର ଉନ୍ନତି ନିମନ୍ତେ କାମ କରିବା ପାଇଁ ସଡ଼ଳ୍ପବଦ୍ଧ ବୋଲି ମତ ପ୍ରକାଶ କରିଥିଲେ।

related posts

Leave a Comment