Home Breaking News / ତାଜା ଖବର କାନପୁର ଅତର ବ୍ୟବସାୟୀ ପୁୟୁଷ ଜୈନଙ୍କ କଣ ଅଛି ସ୍ୱିଜରଲାଣ୍ଡ କନେକ୍ସନ ? ଗୁମର ଖୋଲିବ ଡିଆରଆଇ..

କାନପୁର ଅତର ବ୍ୟବସାୟୀ ପୁୟୁଷ ଜୈନଙ୍କ କଣ ଅଛି ସ୍ୱିଜରଲାଣ୍ଡ କନେକ୍ସନ ? ଗୁମର ଖୋଲିବ ଡିଆରଆଇ..

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାନପୁରର କଳାଧନର କୁବେର ଅତର ବ୍ୟବସାୟୀ ପିୟୁଷ ଜୈନଙ୍କ ପାଇଁ ୨୦୨୨ ବଡ ସମସ୍ୟା ନେଇ ଆସିବ । ବର୍ଷ ଶେଷରେ ହୋଇଥିବା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ବା ଡିଆରଆଇର ଚଢାଉରେ ଦିନ ଗଡିବା ସହିତ ଅଧିକରୁ ଅଧିକ କଳାଧନକୁ ନେଇ ଖିଅ ମିଳାଲାଣି । କାନପୁରରେ ପିୟୁଷ ଜୈନଙ୍କ ଘରେ ହୋଇଥିବା ଟିକସ ଫାଙ୍କିର ଚଢାଉରେ ୧୯୭ କୋଟିରୁ ଅଧିକ ନଗଦ ଟଙ୍କା ୨୩ କେଜିର ସୁନା ଗହଣା ଜବତ ହୋଇଛି । ଏହାର ମୂଲ ଉତ୍ସ କଣ ଜାଣିବାକୁ ପିୟୁଷ ଜୈନଙ୍କୁ ରିମାଣ୍ଡରେ ନେବ ଡିଆରଆଇ । ଜେଲରେ ବନ୍ଦ ଥିବା ପିୟୁଷ ଜୈନଙ୍କୁ ଡିଆରଆଇ ରିମାଣ୍ଡରେ ଆଣିବ ପଚରାଉଚରା କରିବ । ଏହା ସହିତ ୨୩ କେଜି ସୁନା ପଛରେ ବଡ ସୁରାକ୍ ଲୁଚିଥିବା ମଧ୍ୟ ଆକଳନ କରାଯାଉଛି । ସୂତ୍ର ଅନୁସାରେ ଏହାର ଚେର ସ୍ୱିଜରଲାଣ୍ଡର ସ୍ୱିସ୍ ବ୍ୟାଙ୍କ ଯାଏଁ ରହିଛି । କୋର୍ଟଙ୍କ ଅନୁମତି ପରେ ପିୟୁଷ ଜୈନଙ୍କୁ ଡିଆରଆଇ ଟିମ୍ ରିମାଣ୍ଡରେ ନେଇ ଜେରା କଲେ , ପିୟୁଷ ଜୈନଙ୍କ ସ୍ୱିଶ୍ ବ୍ୟାଙ୍କ କନେକସନ୍ ବି ସାମ୍ନାକୁ ଆସିବ ବୋଲି କୁହାଯାଉଛି ।
ପିୟୁଷ ଜୈନଙ୍କ ଘରେ ଆୟକର ଫାଙ୍କି ଅଭିଯୋଗରେ ଚଢାଉ କରିଥିଲା ଡିଡିଜିଆଇ ଟିମ୍ । ତେବେ କାନପୁରର ଏହି ବ୍ୟବସାୟୀଙ୍କ ନିକଟକୁ ପାହାଡ ପରି ଟଙ୍କା ଗଦା ଏବଂ ୨୩ କେଜିର ସୁନା କେଉଁଠୁ କେମିତି ଆସିଲା ତାହାର ଚେର ଖୋଜିବାକୁ ଏବେ ଆକ୍ସନ ମୋଡକୁ ଆସିଗଲାଣି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ବା ଡିଆରଆଇ । ଅନୁମାନ କରାଯାଉଛି ପିୟୁଷ ଜୈନଙ୍କ ସ୍ୱିଶ୍ ବ୍ୟାଙ୍କ କନେକସନ୍ ନେଇ କିଛି ତଥ୍ୟ ବୋଧହୁଏ ଡିଆରଆଇ ହାତରେ ଲାଗିଛି । କିଛି ସୁନା ବିସ୍କୁଟରୁ କମ୍ପାନୀର ନାମ ହଟାଇ ଦିଆଯାଇଛି । ଡିଆରଆଇର ସନ୍ଦେହ ହେଉଛି ଯେଉଁ କମ୍ପାନୀଙ୍କ ନାମ ସୁନା ବିସ୍କୁଟ ଉପରୁ ସ୍କ୍ରାଚ୍ କରି ହଟାଇ ଦିଆଯାଇଛି , ସେ ଦୁଇଟି ସ୍ୱିଜରଲାଣ୍ଡରେ ରହିଛି । ସେହି ଦୁଇଟି କମ୍ପାନୀ ସ୍ୱିଜରଲାଣ୍ଡରେ ସୁନା ବିକ୍ରି କରିଥାନ୍ତି ।

related posts

Leave a Comment