Home Breaking News / ତାଜା ଖବର ମା’ ହେବାକୁ ଯାଉଛନ୍ତି ‘ସିଙ୍ଘମ୍’ ଅଭିନେତ୍ରୀ କାଜଲ ଅଗ୍ରୱାଲ

ମା’ ହେବାକୁ ଯାଉଛନ୍ତି ‘ସିଙ୍ଘମ୍’ ଅଭିନେତ୍ରୀ କାଜଲ ଅଗ୍ରୱାଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଲିଉଡ ତଥା ସାଉଥ ଅଭିନେତ୍ରୀ କାଜଲ ଅଗ୍ରୱାଲ ଖୁବ୍‌ ଚର୍ଚ୍ଚିତ । କାଜଲ ଅଗ୍ରୱାଲ ତାଙ୍କର ଦୀର୍ଘ ଦିନର ପ୍ରେମିକା ତଥା ବ୍ୟବସାୟୀ ଗୌତମ କିଚଲୁଙ୍କୁ ୩୦ ଅକ୍ଟୋବର ୨୦୨୧ ରେ ବିବାହ କରିଥିଲେ। ସେ ବିବାହ କରିବା ପରେ ଇଣ୍ଡଷ୍ଟ୍ରୀରୁ ଦୁରେଇ ରହିଥିଲେ । ତାଙ୍କୁ ବହୁତ କମ୍‌ ଦେଖିବାକୁ ମିଳୁଥିଲା । ନିକଟରେ କାଜଲ ଅଗ୍ରୱାଲ ବିମାନବନ୍ଦରରୁ ଏକ ଚିତ୍ର ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚାକୁ ଆସିଥିଲେ।, ହେଲେ ଅଭିନେତ୍ରୀ ଏ ବିଷୟରେ କାହାକୁ କିଛି କହି ନଥିଲେ । କିନ୍ତୁ ‘ଇ-ଟାଇମ୍ସ’ ସହିତ ସାକ୍ଷାତକାରରେ କହିଥିଲେ କି ଯେ ମୁଁ ବର୍ତ୍ତମାନ ଏହା ବିଷୟରେ କିଛି କହିବାକୁ ଚାହେଁ ନାହିଁ । ସମୟ ଆସିଲେ ମୁଁ ବିଷୟରେ କହିବି। ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କ ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଜଣେ ମା ହେବାକୁ ଯାଉଛନ୍ତି।

ହେଲେ ବର୍ତ୍ତମାନ ସେ ତାଙ୍କ ଫ୍ୟାନ୍ସ ଓ ସମସ୍ତଙ୍କ ଖୁସି ଖବର ଦେଇଛନ୍ତି । ତାଙ୍କ ଘରକୁ ନୂଆ ଅତିଥି ଆସିବାକୁ ଯାଉଛି । ଅର୍ଥାତ୍‌ ସେ ମାଆ ହେବାକୁ ଯାଉଛି । ତେବେ ଏନେଇ  ଖୁସି ଖବରଟି ତାଙ୍କ ତାଙ୍କ ସ୍ବାମୀ ଗୌତମ ସୋସିଆଲ ମିଡିଆ ମାଧ୍ୟମରେ କନଫର୍ମ କରିଛନ୍ତି । ତାଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଖୁବ୍‌ ଉତ୍ସାହିତ ଅଛନ୍ତି ।

related posts

Leave a Comment