Home Breaking News / ତାଜା ଖବର ୨୦୨୨ରେ ଶେଷ ହୋଇଯିବ କରୋନା ମହାମାରୀ, ଜାଣନ୍ତୁ କିପରି ଓ କାହିଁକି ବାଟ ଦେଖାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ?

୨୦୨୨ରେ ଶେଷ ହୋଇଯିବ କରୋନା ମହାମାରୀ, ଜାଣନ୍ତୁ କିପରି ଓ କାହିଁକି ବାଟ ଦେଖାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବର୍ତମାନ କରୋନାର ନୂଆ ପ୍ରଜାତି ଓମିକ୍ରନ ବ୍ୟାପକ ବେଗରେ ସଂକ୍ରମିତ ହୋଇଚାଲିଛି । କିନ୍ତୁ କରୋନାର ଏହି ମହାମାରୀକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଡକ୍ଟର ଟେଡ୍ରସ ଅଧନୋମ୍ ବଡ ଭରସା ଦେଖାଇଛନ୍ତି, କି ୨୦୨୨ରେ ଶେଷ ହୋଇଯିବ କରୋନା ମହାମାରୀ । କିନ୍ତୁ ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିଛି ସର୍ତ ମଧ୍ୟ ରଖିଛି । ବିଶ୍ୱର ବିକଶିତ ଦେଶ ଗୁଡିକ ନିଜର ଟିକା ଅନ୍ୟ ଦେଶ ଗୁଡିକ ସହିତ ବଂଟନ କରିବା ଜରୁରୀ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟଙ୍କ କହିବା ଅନୁସାରେ କରୋନା ବର୍ତମାନ ଏହାର ତୃତୀୟ ବର୍ଷରେ ପ୍ରବେଶ କରିଛି । ଏପରି ଅବସ୍ଥାରେ ଏହି ମାରାତ୍ମକ ଭୂତାଣୁକୁ ସଠିକ ଭାବରେ ମୁକାବିଲା କଲେ ଏହା ୨୦୨୨ରେ ପୁରା ଅନ୍ତ ହୋଇଯିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ କହିଛନ୍ତି । ଟେଡ୍ରସଙ୍କ ଅନୁସାରେ ବିଶ୍ୱରେ ଏହି ଟିକାକରଣର ଅସନ୍ତୁଳତା ହିଁ ଅଧିକ ସଂକ୍ରମଣକୁ ବ୍ୟାପିବାରେ ସହାୟକ ହୋଇଛି । ଭାରିଆଂଟ ସଂକ୍ରମିତ ହେବାକୁ ଏହି ଟିକାର ଅଭାବ ସ୍ଥିତି ହିଁ ଅନୁକୂଳ ଅବସ୍ଥା ସୃଷ୍ଟି କରିଛି । ଭୂତାଣୁ ସଂକ୍ରମଣ ଅଧିକ ହେଲେ, ଏହାର ଭୟାବହତା ମଧ୍ୟ କେତେ ବ୍ୟାପକ ହେବ, ତାହା ଆକଳନ କରିବା କଷ୍ଟକର । ତେଣୁ ସାରା ବିଶ୍ୱର ବିକଶିତ ଦେଶ ଗୁଡିକ ଅନ୍ୟ ଦୁର୍ବଳ ରାଷ୍ଟ୍ର ଗୁଡିକୁ ଟିକା ସହାୟତାର ହାତ ବଢାଇଲେ, ୨୦୨୨ରେ କରୋନାର ଲୋପ ସଂଭବ ବୋଲି ଆକଳନ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ।

related posts

Leave a Comment