Home Breaking News / ତାଜା ଖବର ପାଟି ଘା’ରୁ ମୁକ୍ତି ପାଇବାକୁ ପିଅନ୍ତୁ ନଡ଼ିଆ ପାଣି

ପାଟି ଘା’ରୁ ମୁକ୍ତି ପାଇବାକୁ ପିଅନ୍ତୁ ନଡ଼ିଆ ପାଣି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଯଦି ଆପଣ ପ୍ରତିଦିନ ମସଲାଯୁକ୍ତ ଖାଦ୍ୟ ଖାଆନ୍ତି ତେବେ ପାଟି ଘା’ ହୋଇଥାଏ। ଖାଦ୍ୟରେ ପୁଷ୍ଟିସାର ଅଭାବ ହେଲେ ଏହି ସମସ୍ୟା ଅଧିକ ହୋଇଥାଏ। ଯେତେବେଳେ ଆପଣ କାମ ଚାପରେ ଥାଆନ୍ତି ବା ଅଧିକ ଧୂମପାନ କରନ୍ତି ସେତେବେଳେ ମଧ୍ୟ ଏହିଭଳି ସମସ୍ୟା ଦେଖାଦିଏ। ପାଟି ଘା’ କଷ୍ଟଦାୟକ ହେବା ସହ ବାରମ୍ବାର କଥା ହେବା ଓ ଖାଇବା ସମୟରେ ଅଧିକ ଯନ୍ତ୍ରଣା ହୋଇଥାଏ। କିନ୍ତୁ ସକାଳେ ନଡ଼ିଆ ପାଣି ପିଇବା ଦ୍ୱାରା ପାଟି ଘାଆରୁ ମୁକ୍ତି ମିଳିଥାଏ। ଏହାଛଡ଼ା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ମଧ୍ୟ ଦେଇଥାଏ।

ଖରାଦିନିଆ ରୋଗରୁ ଭଲହେବା ପାଇଁ ନଡ଼ିଆ ପାଣି ରାମ ବାଣ ଭଳି କାମ କରେ। ଆୟୁର୍ବେଦ ଶାସ୍ତ୍ରରେ ମଧ୍ୟ ଏହି ପାନୀୟର ଅନେକ ଲାଭ ବିଷୟରେ ବର୍ଣ୍ଣନା କରାଯାଇଛି। ଆୟୁର୍ବେଦ ଅନୁଯାୟୀ ଶରୀରର ଅଧିକ ଉତ୍ତାପ ପାଟି ଘା’ ଆକାରରେ ବାହାରିଥାଏ। ଖରା ଦିନରେ ଆପଣଙ୍କ ପାଟି ଘା’ ଅଧିକ ହୋଇଥାଏ। ତେଣୁ ସକାଳେ ଗୋଟେ ଗ୍ଲାସ୍ ନଡ଼ିଆ ପାଣି ପିଇବା ଦ୍ୱାରା ପାଟି ଘାକୁ ଚିକିତ୍ସା କରିବାରେ ସାହାଯ୍ୟ କରେ। ଏହା ସହ ଅଧିକ ଉତ୍ତାପ ଦ୍ୱାରା ସୃଷ୍ଟି ହେଉଥିବା ଶରୀରର ଅନ୍ୟାନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

related posts

Leave a Comment