Home Breaking News / ତାଜା ଖବର ରାୟଗଡ଼ା ସହରରେ ପୁଣୀ ଚୋରି ଘଟଣା ଘଟିଛିପୋଲିସ ଟେର ପାଉନି

ରାୟଗଡ଼ା ସହରରେ ପୁଣୀ ଚୋରି ଘଟଣା ଘଟିଛିପୋଲିସ ଟେର ପାଉନି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼ା -୦୨/୦୧-(ଧନେଶ୍ବର ରାଉତ)- ଆଜି ସକାଳେ ସ୍ଥାନୀୟ ବିଦ୍ୟା ନଗର ଚତୁର୍ଥ ଲାଇନରେ ଦୂର୍ବତ ମାନେ ବାଇକରେ ଆସି ୱାଇ ଲକ୍ଷ୍ମୀ ନାମକ ମହିଳା ବେକରେ ଥିବା ୩୬ ଗ୍ରାମର ସୁନା ହାରକୁ ଝୀକୀ ନେଇ ମୋଟର ସାଇକେଲ ରେ ଚମ୍ପଟ୍ ମାରିଲେ। ଫଳରେ ଉକ୍ତ ଘଟଣା ସ୍ଥଳରେ ମହିଲାଜନକ ତଳେ ପଡି ଯାଇ ଥିଲେ। ମହିଳାଙ୍କ ସଂପର୍କୀୟ ମାନେ ମୋଟର ସାଇକେଲ ପଛରେ ଦୌଡ଼ି ଧରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।ଉକ୍ତ ମହିଳା ଗାଈ ଗୋରୁ ଇତ୍ୟାଦି ଚୋରାଇ ଓ ଗୃହପାଳିତ ପଶୁ କ୍ଷୀର ବିକି ଜୀବିକା ନିର୍ବାହ କରୁଥିଲେ।ଚୋର ମାନଙ୍କ ଭିତରୁ ମୋଟର ସାଇକେଲ ଚାଳକ ହେଲମେଟ ପିନ୍ଧିଥିଲେ ପଛ ପଟରେ ବସିଥିବା ଚୋର ଜଣକ ସୁନା ହାରକୁ ଝିକି ଥିବା ଶିଶି ଟିଭି ଫୁଟେଜ ଯାଞ୍ଚ କଲାରୁ ଜଣା ପଡ଼ିଛି। ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଥିଲେ।ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଛି। ଚୋର ପୋଲିସ ମାନଙ୍କ ଆଖି ରେ ଧୂଳି ଦେଇ ରାୟଗଡ଼ା ସହରରେ ଗୋଟିଏ ପରେ ଗୋଟିଏ ଘଟଣା ଘଟାଇଛନ୍ତି। ପୋଲିସ ଏହାର ଟେର ନ ପାଇଲା ବେଳେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି କାରଣ ଅନେକ ଘଟଣା ଦିନ ଦି ପହରେ ହେଲେବି ପୋଲିସ ରୋକିବାରେ ବିଫଳ ହେଇଚି।

related posts

Leave a Comment