Home Breaking News / ତାଜା ଖବର ସେବା ଭରତୀ ତରଫରୁ ଶୀତ ବସ୍ତ୍ର ବଣ୍ଟନ

ସେବା ଭରତୀ ତରଫରୁ ଶୀତ ବସ୍ତ୍ର ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୧/୨୨-(ଧନେଶ୍ବର ରାଉତ)- ରାୟଗଡ ଜିଲ୍ଲା ରେ ବଢ଼ୁଥୁବା ସିତକୁ ଦୁଷ୍ଟିରେ ରଖି ସେବା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବିଭିଧ କ୍ଷେତ୍ରର ସେବା ଭରତୀ ତରଫରୁ ନିହାତି ଜରୁରୀ ଥିବା ପଥାଶ୍ରୟ ଲୋକଙ୍କୁ ଶୀତବସ୍ତ୍ର ସିଦ୍ଧ ଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମଜୀଙ୍କ ତତ୍ୱାବଧାନରେ ବଣ୍ଟନ କରାଯାଇଛି। ସେବା ଭରତୀ ଜିଲ୍ଲାରେ ଦୀର୍ଘ ଦୁଇ ବର୍ଷ ହେଲା କରନାରେ ପୀଡିତ ଲୋକଙ୍କୁ ଅକ୍ସଇଜେନ ମାଗଣାରେ ବଣ୍ଟନ, ରକ୍ତ ଦାନ ରୋଗୀଙ୍କୁ ଅନ୍ୟାନ୍ୟ ସେବା ଯୋଗାଇ ଦିଆଯାଇଛି। ସେବା ଭରତୀ ଅନୁକୁଲ୍ୟରେ ରାଜ୍ୟରେ ସବୁ ଜିଲ୍ଲାରେ ସେବା ଭରତୀ ର ସେବା କାମ ଜାରି ରହିଛି। ଏହି ସଂଘର କାମ ନିସ୍ୱାର୍ଥ ପର ଭାବେ ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ହେଉଛି ଏହାର କାମ ଅଟେ। ରାୟଗଡ ଜିଲ୍ଲା ରେଳ ଷ୍ଟେସନ, ବସ ଷ୍ଟାଣ୍ଡ, ରେଷ୍ଟ ହାଉସ ମାନଙ୍କରେ ପଥାଶ୍ରୟ ମାନଙ୍କୁ କମଳ, ଚାଦର ବଣ୍ଟନ କରାଯାଇଛି। ଏହି ସେବା କାର୍ଯ୍ୟକ୍ରମ ରେ ସେବା ଭରତୀ ପଶ୍ଚିମ ପ୍ରାନ୍ତ ସଂଯୋଜକ ଦୀପକ ରାଉତ ,ରାୟଗଡ ନଗର ସଂଘ ଚାଳକ ପ୍ରମୋଦ ଭାଇ, ପ୍ରାନ୍ତ ସକ୍ଷମ ସଭାପତି ରାମଚନ୍ଦ୍ର ସାହୁ, ପୂଜକ ଓ ସମାଜ ସେବୀ ହୀରାଧର ନାୟକ ଓ ଅନ୍ୟମାନେ ଯୋଗ ଦେଇଥିଲେ।

related posts

Leave a Comment