ଗୁଡାରୀ ୧-୧-୨୨(ଟାଇମସ୍ ONE ଓଡ଼ିଆ,ମିଡ଼ିଆPvt Ltd)୨୦୨୧ର ଶେଷ ଦିବସ କୁ ଗୁଡ଼ାରୀ ସହର ବାସୀ ଏକ ଅଲଗା ଢଙ୍ଗରେ ବିଦାୟ ଦେଇଛନ୍ତି । ସହରର ବିଶିଷ୍ଟ ସାମାଜିକ ଅନୁଷ୍ଠାନ” ମା ମାଣିକେଶ୍ଵରୀ ସାହିତ୍ୟ ସଂସ୍କୃତି ଓ କଳା ପରିଷଦ”ର ସମ୍ପାଦକ ଶ୍ରୀ ଗୌରୀ ଶଙ୍କର ମିଶ୍ରଙ୍କ ଆବାହନରେ ସହର ବାସୀ ଦିବଂଗତ ପ୍ରତିରକ୍ଷା ବିଭାଗ ମୂଖ୍ୟ ଜେନେ ରାଲ ବିପିନ ରାବ୍ଓତ ଏବଂ ସାଥିମାନଙ୍କର୨୦୨୧ ଡିସେମ୍ବର ମାସ ୮ତାରିଖରେ ହେଲିକପ୍ଟର ଦୁଃ ଘଟଣା ହୋଇଥିବା ମୃତ୍ୟୁ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇ୨୦୨୧କୁ ବିଦାୟ ଦେବାପାଇଁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ସନ୍ଧ୍ୟା ୫ଟା ୪୫ ମିନିଟରେ ସହରର ଶ୍ରୀ ଶ୍ରୀ ମିନା ଝୋଲା ଛକରୁ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ଗାନ୍ଧୀ ଛକଠାରେ ଶେଷ ହୋଇଥିଲା। ପୂର୍ବରୁ ସେଠାରେ ପ୍ରସ୍ତୁତ ହୋଇଥିବା ସୁସଜ୍ଜିତ ମଞ୍ଚରେ ଜେନେରାଲ୍ ବିପିନ ରାବତ ଓ ଆମ ଓଡ଼ିଶାର ତାଳଚେର ମାଟିର ବୀରପୁତ୍ର ସହୀଦ ରାଣା ପ୍ରତାପ ଦାସଙ୍କ ଫଟୋ ସସମ୍ମୁଖରେ ପ୍ରଜ୍ୱଳିତ କ୍ୟାଣ୍ଡେଲକୁ ସମସ୍ତେ ସ୍ଥାପନ କଲେ । ନିମନ୍ତ୍ରିତ ଅତିଥିମାନଙ୍କ ଭିତରୁ ସର୍ବପ୍ରଥମେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ କୋରଡ଼ା ବୈକୁଣ୍ଠା ରାଓ ସ୍ଵର୍ଗତ ବିପିନ ରାବ୍ଓତ ଓ ସାଥିଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପରେ କୃଷକ ନେତା ଶ୍ରୀଗଙ୍ଗାଧର ଚାଲାଣ . ପରିଷଦ ସଭାପତି ଶ୍ରୀ ନରସିଂହ ପାଣିଗ୍ରାହୀ, +3 ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଅମୂଲ୍ୟ କୃଷ୍ଣ ପ୍ରଧାନ ଏବଂ ଅନ୍ୟମାନେ ପୁଷ୍ପ ଅର୍ପଣ କରି ନିଜର ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ସ୍ମୃତିଚାରଣରେ ଶ୍ରୀଗୌରୀଶଙ୍କର ମିଶ୍ର, ଶ୍ରୀଗଙ୍ଗାଧର ଚାଲାଣ , ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଗୁରୁଜୀ ଦିଲୀପ ସାହୁ, ଶ୍ରୀ ଆମୂଲ୍ୟ କୃଷ୍ଣ ପ୍ରଧାନ ଜେନେରାଲ ରାବ୍ଓତଙ୍କ ଜୀବନୀ, ତାଙ୍କର କାର୍ଯ୍ୟଦକ୍ଷତା,ଦେଶ ପ୍ରତି ତାଙ୍କର ନିଷ୍ଠା ଏବଂ ଦୃଢ ସଙ୍କଳ୍ପକୁ ବର୍ଣ୍ଣନା କରିବା ସହ ୨୦୨୧ର ଶେଷ ପର୍ଯ୍ୟାୟରେ ତାଙ୍କର ଦୁଃ ଘଟଣା ଜନିତ ମୃତ୍ୟୁ ସାରା ଦେଶ ବାସୀଙ୍କୁ ବ୍ୟଥିତ କରିବା ସହ ୨୦୨୧ଏଥିପାଇଁ ନିଶ୍ଚିତ ଭାବରେ ଆମ ଦେଶବାସୀଙ୍କ ପାଇଁ ଏକ ଅଭୁଲା ବର୍ଷ ହୋଇ ରହିବ ବୋଲି ସ୍ୱ ସ୍ୱ ମତ ବ୍ୟକ୍ତ କରିଥିଲେ ।
୨୦୨୧ର ଶେଷ ଦିବସକୁ ଗୁଡ଼ାରୀ ସହର ବାସୀ ଏକ ଅଲଗା ଢଙ୍ଗରେ ବିଦାୟ ଦେଇଛନ୍ତି
Share with
previous post