Share with
ସାରା ବିଶ୍ୱରେ କରୋନା ବିପଦ ଟଳିନି । ଏମିତି ସ୍ଥିତିରେ ଇସ୍ରାଏଲରୁ ଆସିଥିବା ଏ ଖବର ସାରା ବିଶ୍ୱର ଚିନ୍ତା ବଢାଇବା ପରି ରହିବ । ଏହା ମଧ୍ୟରେ ଇସ୍ରାଏଲରେ ଫ୍ଲୋରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଛି । ଫ୍ଲୋରୋନା ହେଉଛି କୋଭିଡ ୧୯ ଏବଂ ଇନଫ୍ଲୁଏନଜାର ଦୁଇଗୁଣ ସଂକ୍ରମଣ କ୍ଷମତା ଯୁକ୍ତ ଭୂତାଣୁ । ଏହି ଖବର ଆରବ ନ୍ୟୁଜ ଗତ ଗୁରୁବାର ପୁଷ୍ଟି କରିଛି ।
ଏହା ମଧ୍ୟରେ ଇସ୍ରାଏଲ ଶୁକ୍ରବାର ଠାରୁ କରୋନା ବିରୋଧରେ ଚତୁର୍ଥ ବୁଷ୍ଟର ଡୋଜ୍ କୁ ଅନୁମତି ପ୍ରଦାନ କରିଛି । ଇସ୍ରାଏଲରେ ଏହି ଡୋଜ୍ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ଏହା ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଇସ୍ରାଏଲର ସ୍ୱାସ୍ଥ୍ୟ ବିଭାଗ । ବର୍ତମାନ ଇସ୍ରାଏଲରେ କରୋନା ହୁ ହୁ ହୋଇ ବଢିଚାଲିଛି । ଦୈନିକ ୫୦୦୦ ମାମଲା ମିଳିବା ଇସ୍ରାଏଲର କରୋନା ସଂକ୍ରମଣ ସ୍ଥିତିକୁ ଅଧିକ ସଙ୍ଗୀନ କରିଦେଲାଣି ।