Home Breaking News / ତାଜା ଖବର ମୋଦିଙ୍କ ନୂଆ ବର୍ଷ ଉପହାର, ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୦ହଜାର ୯ଶହ କୋଟି ଟଙ୍କା

ମୋଦିଙ୍କ ନୂଆ ବର୍ଷ ଉପହାର, ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୦ହଜାର ୯ଶହ କୋଟି ଟଙ୍କା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆ ବର୍ଷରେ ଦେଶର ଚାଷୀଙ୍କୁ ବଡ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ସରକାର ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୦ମ କିସ୍ତି ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ଶନିବାର ଦେଶର ୧୦.୦୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ପିଏମ୍‌ କିଷାନ ଯୋଜନା ଆଧାରରେ ୨୦ ହଜାର ୯୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଆସିଛି ।

ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ କାର୍ଯ୍ୟକ୍ରମରେ ଯୋଗଦେଇ ଲାଭାର୍ଥୀଙ୍କୁ ଟଙ୍କା ପଟାଇଛନ୍ତି । ଏହି ଯୋଜନା ଆଧାରରେ ପ୍ରତିବର୍ଷ ଚାଷୀଙ୍କୁ ୬ ହଜାର ଟଙ୍କା ପ୍ରଦାନ କରିଥାନ୍ତି କେନ୍ଦ୍ର ସରକାର । ଯାହାକି ପ୍ରତି ୪ ମାସରେ ଦୁଇ ହଜାର ଟଙ୍କା ଲେଖାଏଁ ଅର୍ଥାତ ବର୍ଷକୁ ୩ଟି କିସ୍ତିରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଥାଏ ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୫୧ଟି କୃଷକ ଉତ୍ପାଦକ ସଂଗଠନକୁ ୧୪ କୋଟି ଟଙ୍କାର ଇକ୍ବିଟି ଅନୁଦାନ ମଧ୍ୟ ପ୍ରଦାନ କରିଛନ୍ତି । ଯାହା ଫଳରେ ଦେଶର ପ୍ରାୟ ୧.୨୪ ଲକ୍ଷ ଚାଷୀଙ୍କୁ ଲାଭ ମିଳିବ । ଏହି କାର୍ଯ୍ୟକ୍ରମରେ ୯ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟର ମନ୍ତ୍ରୀ ଏବଂ କୃଷକ ସଂଗଠନ ପ୍ରତିନିଧିମାନେ ମଧ୍ୟ ଭିଡିଓ କନଫରେନ୍ସ ଜରିଆରେ ସାମିଲ ହୋଇଥିଲେ ।

related posts

Leave a Comment