Home Breaking News / ତାଜା ଖବର ସ୍ଥାନୀୟ ବାସିନ୍ଦା ପରିଚୟ ଦେଇ ଧଉଳିରେ ବୁଲୁଛନ୍ତି ପର୍ଯ୍ୟଟକ

ସ୍ଥାନୀୟ ବାସିନ୍ଦା ପରିଚୟ ଦେଇ ଧଉଳିରେ ବୁଲୁଛନ୍ତି ପର୍ଯ୍ୟଟକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଧଉଳି: ଗତ ମାସ ୩୧ ତାରିଖ ଠାରୁ ଚଳିତ ମାସ ଦୁଇ ତାରିଖ ପର୍ଯ୍ୟନ୍ତ ଶାନ୍ତିସ୍ତୂପ ପାଦଦେଶରେ ବୁଲାବୁଲି କରିବା ଏବଂ ଶାନ୍ତିସ୍ତୂପ ଦର୍ଶନ କରିବା ନେଇ ଜିଳ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ହେଲେ ଧଉଳିରେ ପର୍ଯ୍ୟଟକମାନେ କଟକଣା ମାନୁ ନଥିବା ଦେଖାଯାଇଛି। କଟକଣା ବଳବତ୍ତର ଥିବା ସତ୍ତ୍ବେ ଆଜି ପୂର୍ବାହ୍ନରୁ ସଂଧ୍ୟା ପର୍ଯ୍ୟନ୍ତ ୫୦୦୦ ପର୍ଯ୍ୟଟକ ଧଉଳି ବୁଲିବାକୁ ଆସିଥିବା ସୂଚନା ମିଳିଛି। ବଡ଼ କଥା ହେଉଛି, ଶାନ୍ତିସ୍ତୂପ ପ୍ରବେଶପଥ ବସଷ୍ଟାଣ୍ଡ ଗେଟ ନିକଟରେ ପୁଲିସ ମୁତୟନ ହୋଇଛନ୍ତି। ହେଲେ ବାଇକ ଏବଂ କାରରେ ପର୍ଯ୍ୟଟକମାନେ କିପରି ଭିତରକୁ ଯାଉଛନ୍ତି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ବାସିନ୍ଦା ପରିଚୟ ଦେଇ ପର୍ଯ୍ୟଟକ ଯାତାୟତ କରୁଥିବା କୁହାଯାଉଛି। ହେଲେ ସେମାନେ ପୁଲିସକୁ କୌଣସି ପରିଚୟ ଦେଖାଉନଥିବାରୁ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

related posts

Leave a Comment