Home Breaking News / ତାଜା ଖବର ଡେଲ୍‌ଟାକୁ ପଛରେ ପକାଇଲା ଓମିକ୍ରନ୍‌

ଡେଲ୍‌ଟାକୁ ପଛରେ ପକାଇଲା ଓମିକ୍ରନ୍‌

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଦେଶରେ ଡେଲ୍‌ଟା ପ୍ରଜାତିକୁ ପଛରେ ପକାଇ ଦେଇଛି ଓମିକ୍ରନ୍‌। କରୋନା ସଂକ୍ରମଣ ଏବଂ କରୋନ ପଜିଟିଭ୍‌ ଅନ୍ତର୍ଜାତୀୟ ଯାତ୍ରୀଙ୍କ କ୍ଷେତ୍ରରେ ଡେଲଟାକୁ ଓମିକ୍ରନ୍‌ ପଛରେ ପକାଇଛି। କରୋନା ପଜିଟିଭ୍‌ ଚିହ୍ନଟ ହେଉଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ମଧ୍ୟ‌ରେ ୮୦ ପ୍ରତିଶତ ଓମିକ୍ରନ୍‌ ମାମଲା ରହିଛି।

କିନ୍ତୁ ଚିହ୍ନଟ ହୋଇଥିବା ଓମିକ୍ରନ୍‌ ମାମଲାର ୧ ତୃତୀୟାଂଶ ମାମଲାରେ ସାମାନ୍ୟ ସଂକ୍ରମଣ ରହୁଛି ଏବଂ ବାକି ମାମଲାରେ କୌଣସି ଲକ୍ଷଣ ରହୁନାହିଁ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଏଯାବତ ଦେଶରେ ୨୩ ରାଜ୍ୟରେ ‌ମୋଟ୍‌ ୧୨୭୦ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ଟେଷ୍ଟିଂ କମିଥିବାରୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଟେଷ୍ଟିଂ ବଢ଼ାଇବାପାଇଁ କହିଛନ୍ତି।

୧୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଟେଷ୍ଟିଂ ବୃଦ୍ଧି କରିବାପାଇଁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି। ଦେଶରେ ପ୍ରଥମ ଓମିକ୍ରନ୍‌ ମାମଲା ଚିହ୍ନଟ ହେବା ପରଠାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମିସନ୍‌ ମୋଡ୍‌ରେ କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶରେ କରୋନା ସ୍ଥିତି ସମୀକ୍ଷା ପାଇଁ ନିୟମିତ ଭାବେ ସମୀକ୍ଷା ବୈଠକ କରୁଛନ୍ତି।

related posts

Leave a Comment