Home Breaking News / ତାଜା ଖବର ଦିଲ୍ଲୀରେ ବୋଲ ମାନୁନି କରୋନା, ୨୪ ଘଣ୍ଟାରେ ଚିହ୍ନଟ ହେଲା ୨ହଜାର ୭୧୬ ନୂଆ ମାମଲା

ଦିଲ୍ଲୀରେ ବୋଲ ମାନୁନି କରୋନା, ୨୪ ଘଣ୍ଟାରେ ଚିହ୍ନଟ ହେଲା ୨ହଜାର ୭୧୬ ନୂଆ ମାମଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଜଧାନୀ ଦିଲ୍ଲୀରେ ପୁଣି କାୟା ବିସ୍ତାରୁଛି କରୋନା। ଏବେ ଭୂତାଣୁ ସଂକ୍ରମଣର ବେଗ ଏତେ ବଢିଛି ଯେ ଏଥରୁ ଆଗକୁ ସଂକ୍ରମଣ ହାର କେତେ ବଢିବ ତାହା କହିବା ବି ବିଶେଷଜ୍ଞଙ୍କ ଲାଗି କଷ୍ଟକର ହୋଇପଡିଛି। ଭୂତାଣୁର ସଂକ୍ରମଣ ତୀବ୍ର ହେବା ଯୋଗୁ ଗତ ୨୪ ଘଣ୍ଟାରେ ୨ହଜାର ୭୧୬ଟି ନୂଆ ମାମଲା ସାମ୍ନାକୁ ଆସିଛି। ତେବେ ଶୁକ୍ରବାର ଅର୍ଥାତ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ରାଜଧାନୀରେ ସଂକ୍ରମଣ ହାର ୨.୪୪ ପ୍ରତିଶତ ଥିବା ବିଶେଷଜ୍ଞ କହିଥିଲେ। ହେଲେ ନୂଆ ମାମଲା ଚିହ୍ନଟ ପରେ ଏଠାରେ ସକରାତ୍ମକତା ହାର ୩.୬୪ ପ୍ରତିଶତକୁ ପହଞ୍ଚିଥିବା ନେଇ ବୈଜ୍ଞାନିକ ଆଶଙ୍କା କରୁଛନ୍ତି।

ଏହା ପୂର୍ବରୁ ଗୁରୁବାର ଦିଲ୍ଲୀର ୩ହଜାର ୩୧୩ଟି ନୂଆ ମାମଲା ଚିହ୍ନଟ ହୋଇଥିଲା। ଯାହା ମେ ୨୦୨୧ ପରେ ଦିନକରେ ସଂକ୍ରମଣର ସବୁଠାରୁ ଅଧିକ  ମାମଲା ଥିଲା। ତେବେ ଗୁରୁବାର ତୁଳନାରେ ଶୁକ୍ରବାର ଚିହ୍ନଟ ନୂଆ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୪୮୩ରୁ କିଛି ଅଧିକ ଥିବା ବେଳେ ଶନିବାର ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ରାଜଧାନୀ ଦିଲ୍ଲୀରେ ଡିସେମ୍ବର ପ୍ରଥମ ସପ୍ତାହରେ ପଜିଟିଭିଟି ହାର ୦.୧ ପ୍ରତିଶତ ଥିଲା। ଯାହା ମାସକରେ ବଢି ୩.୬୪ ପ୍ରତିଶତକୁ ପହଞ୍ଚିସାରିଲାଣି।

ସେପଟେ ନୂଆ କରି ଦେଶକୁ ପହଞ୍ଚିଥିବା ଓମିକ୍ରନ ମଧ୍ୟ ବେଗ ବୃଦ୍ଧି କଲାଣି। ଓମିକ୍ରନ ମାମଲା ସାଙ୍ଗରେ କରୋନାର ନୂଆ ସଂକ୍ରମଣ ହାର ମଧ୍ୟ ବଢ଼ିବଢ଼ି ଚାଲିଛି। ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ୪୩୧ରେ ପହଞ୍ଚିଗଲାଣି। ତେବେ ଉପୁଜିଥିବା ପରିସ୍ଥିତିରେ କେବଳ ପିଲାଙ୍କ ଲାଗି ବିଭିନ୍ନ ହସ୍ପିଟାଲରେ ଏବେ ୩ ହଜାରରୁ ଅଧିକ ବେଡ ପ୍ରସ୍ତୁତ ରଖା ଯାଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ତେବେ  ପ୍ରିଭେନସନ ବେଟର ଦ୍ୟାନ କ୍ୟୋର ବୋଲି ସେ କହିଛନ୍ତି। ଏଣୁ ଯେବେବି ଆମେ ଘରୁ ପଦାକୁ ବାହାରୁଛେ ମାସ୍କ ପିନ୍ଧିବା ଜରୁରି ବୋଲି କହିଛନ୍ତି।

related posts

Leave a Comment