Home Breaking News / ତାଜା ଖବର ବୈଷ୍ଣୋଦେବୀ ମନ୍ଦିର ଦଳାଚକଟା, ମିଳିଲା ମୃତକଙ୍କ ପରିଚୟ

ବୈଷ୍ଣୋଦେବୀ ମନ୍ଦିର ଦଳାଚକଟା, ମିଳିଲା ମୃତକଙ୍କ ପରିଚୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜମ୍ମୁ-କାଶ୍ମୀର କଟାରାସ୍ଥିତ ମାତା ବୈଷ୍ଣୋଦେବୀ ଭବନ ଦଳାଚକଟା ମୃତକଙ୍କ ଚିହ୍ନଟ ହୋଇଛି। ଏହି ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଶାସନ ସମସ୍ତଙ୍କ ଚିହ୍ନଟ କରିଛନ୍ତି। ଜମ୍ମୁ-କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ଦୁର୍ଘଟଣା ମୃତକଙ୍କ ପରିବାର ନିମନ୍ତେ ଶନିବାର ସହାୟତା ରାଶି ଘୋଷଣା କରିଛନ୍ତି। ଏଥିରେ ପ୍ରତି ମୃତକଙ୍କ ପରିବାରକୁ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ଲାଗି ଘୋଷଣା କରାଯାଇଛି।

ବୈଷ୍ଣୋଦେବୀ ଭବନ ଦଳାଚକଟା ମୃତକଙ୍କ ନାମ ଓ ସେମାନଙ୍କ ଠିକଣା ଏଠାରେ ପ୍ରଦାନ କରାଯାଇଛି। ନୌସହରା ରାଜୌରୀ ନିବାସୀ ତ୍ରୈଲୋକ୍ୟ କୁମାରଙ୍କ ୨୬ ବର୍ଷିୟ ପୁତ୍ର ଧିରଜ କୁମାର ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଗାଜିଆବାଦ ଉତ୍ତରପ୍ରଦେଶର ବିକ୍ରାନ୍ତ ସିଂହଙ୍କ ପତ୍ନୀ ଶ୍ୱେତା ସିଂହ (୨୪), ଦିଲ୍ଲୀ ବଦରପୁର ମହେଶ ଚନ୍ଦ୍ରଙ୍କ ପୁତ୍ର ବିନୟ କୁମାର (୨୪) ଓ ନରେନ୍ଦ୍ର ପାଣ୍ଡେଙ୍କ ପୁଅ ସୋନୁ ପାଣ୍ଡେ (୨୪) ଭାବେ ଚିହ୍ନଟ ହୋଇଛନ୍ତି।

related posts

Leave a Comment