Home Breaking News / ତାଜା ଖବର ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନବ ଚାଲାଣ ସମ୍ପର୍କିତ ଅନଲାଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନବ ଚାଲାଣ ସମ୍ପର୍କିତ ଅନଲାଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା – ୦୧/୨୨-(ଧନେଶ୍ବର ରାଉତ)- ରାୟଗଡ ରେ ଡିସେମ୍ବର 31 ତାରିଖ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମାନବ ଚାଲାଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀ ମନୋରଞ୍ଜନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଶତରୁପା ଶତପଥୀ ଓ ସ୍ୱତନ୍ତ୍ର ମହିଳା କୋର୍ଟ ବିଚାରପତି ଶ୍ରୀମତୀ ସୋନାଲ ଶର୍ମା ଅତିଥି ଭାବେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ପ୍ରାଧିକରଣ ର ସଚିବ ଶ୍ରୀ ମିଶ୍ର ନିଜ ର ଅଭିଭାଷଣ ରେ ଆଜିର ସଚେତନତା କାର୍ଯ୍ୟକ୍ରମ ର ଯଥାର୍ଥତା ତଥା ରାୟଗଡା ଜିଲ୍ଲା ଭଳି ଏକ ଆଦିବାସୀ ବହୁଳ ଜିଲ୍ଲା ରେ ଏପରି କାର୍ଯ୍ୟକ୍ରମ ର ଉପଯୋଗୀତା ସମ୍ପର୍କ ରେ ଆଲୋକପାତ କରିଥିଲେ l ବିଚାରପତି ଶ୍ରୀମତୀ ଶତପଥୀ ନିଜ ର ବକ୍ତବ୍ୟ ରେ ମାନବ ଚାଲାଣ ର କୁପରିଣତି, ଏହାକୁ କିପରି ରୋକା ଯାଇପାରିବ ତଥା ଏହା ସମ୍ବନ୍ଧରେ ରହିଥିବା ବିଭିନ୍ନ ଆଇନ ବିଷୟରେ ରେ ଆଲୋଚନା କରିଥିଲେ l ବିଚାରପତି ଶ୍ରୀମତୀ ଶର୍ମା ଆଜି ର ସମାଜ ରେ ମାନବ ଚାଲାଣ କୁ ରୋକିବା ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ l ପରିଶେଷରେ ଆଗାମୀ ନୂଆବର୍ଷ ଅବସରରେ ବ୍ୟକ୍ତିଗତ ତଥା ବୃତ୍ତିଗତ ସ୍ତର ରେ କର୍ତ୍ତବ୍ୟନିଷ୍ଟ ହେଇ ଭାରତ କୁ ଏକ ଉନ୍ନତ ଓ ସମୃଦ୍ଧ ଗଣତାନ୍ତ୍ରିକ ରାଷ୍ଟ୍ର ରେ ପରିଣତ କରିବାକୁ ଅତିଥି ମାନେ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଜନସାଧାରଣ ତଥା ପିଏଲଭି ମାନେ ଯୋଗ ଦେଇଥିଲେ ଓ ପରିଚାଳନା ରେ ଆଇନସେବା ପ୍ରାଧିକରଣ ର କର୍ମଚାରୀ ଶ୍ରୀ ପ୍ରେମଲୋଚନ ସ୍ୱାଇଁ ଓ ଶ୍ରୀ ଜନକ ମିର୍ଧା ସହଯୋଗ କରିଥିଲେ l

related posts

Leave a Comment