Share with
ବଡମ୍ବା :01/01/2022(ଶକ୍ତି ସ୍ୱର ରଣା )ଆଜି ବଡମ୍ବା ବ୍ଲକ ଅନ୍ତର୍ଗତ ଖଲିଡ଼ିପ ଠାରେ ମା ବ୍ରାହ୍ମଣୀ ମନ୍ଦିର ପ୍ରାଙ୍ଗଣରେ ବିଧାୟକ ଦେବୀ ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ପାଇଁ ଯାନିସାହି ପଂଚାୟତର ପୂର୍ବତନ ସମିତି ସଭ୍ୟା ତଥା ବଡମ୍ବା ବିଜେଡି ମହିଳା ନେତ୍ରୀ ସସ୍ମିତା ସ୍ୱାଇଁ ଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବକ ମାନଙ୍କୁ ନେଇ ଠାକୁରାଣୀ ଙ୍କ ପାଖରେ ସାମୁହିକ ଦୀପଦାନ କରି ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ |ଏହି ଉପଲକ୍ଷେ ବଡମ୍ବା ବିଜେଡି ନେତା ତଥା ସମାଜସେବୀ ପ୍ୟାରୀମୋହନ ସ୍ୱାଇଁ ଯୋଗ ଦେଇ ବିଧାୟକଙ୍କ ଶୁଭ ମନାସି ଦୀପ ଜାଳିଥିଲେ