Home Breaking News / ତାଜା ଖବର ପଞ୍ଚ।ୟତ ନିର୍ବାଚନ ରେ ଆଦିବାସୀଙ୍କ ସଂରକ୍ଷଣ ଉଛେଦ ପ୍ରତିବାଦରେ ବ୍ଲକ ଘେରାଉ

ପଞ୍ଚ।ୟତ ନିର୍ବାଚନ ରେ ଆଦିବାସୀଙ୍କ ସଂରକ୍ଷଣ ଉଛେଦ ପ୍ରତିବାଦରେ ବ୍ଲକ ଘେରାଉ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଗାମୀ ପଞ୍ଚ।ୟତ ନିର୍ବାଚନ ରେ ରାଜ୍ୟ ସରକାର ଆଦିବାସୀଙ୍କୁ ସଂରକ୍ଷଣ ବ୍ୟବସ୍ତାରୁ ବାଦ ଦେଇଥିବାରୁ ସମଗ୍ର ବଲାଙ୍ଗିର ଜିଲ୍ଲାରେ ଆଦିବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ତାର ପ୍ରତିବାଦରେ ଆଜି ଆଦିବାସୀ ଭବନରୁ ସରକାରଙ୍କ ବିରୁଦ୍ଧରେ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ବିଶାଳ ଶୋଭାଯାତ୍ରାରେ ଆସି ସରକାର ବିରୋଧୀ ନାରା ବାଜି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ସୁଶାନ୍ତ ସିଂ ଟୁକୁନିସାହୁ ଓ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ସ୍ତାନୀୟ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏକ ପ୍ରତିବାଦ ସଭ।କରିଥିଲେ। ଏହି ଶୋଭାଯାତ୍ରାରେ ସମୟରେ ମନ୍ତ୍ରୀ ସୁଶାନ୍ତ ସିଂହ ଙ୍କ କୋକେଇ ଧରି ସହ ସହ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ଆଶି ବାଟରେ ନବୀନ ପଟ୍ଟନାୟକଙ୍କ ପୋଷ୍ଟର ଚିରି ଫୋଫ।ଡ଼ି ଦେଇଥିବା ଦେଖିବାକୁ ମିଳିଥିଲା। ଓ ବ୍ଲକ ପରିସରରେ ଲଗାଯାଇଥିବା ନବୀନ ପଟ୍ଟନାୟକଙ୍କ ବିଭିନ୍ନ ପୋଷ୍ଟର ମଧ୍ୟ ଚିରି ଫାଡ଼ି ଦେଇଥିଲେ। ଆଗାମୀ ଦିନରେ ସରକାର ଆଦିବାସୀଙ୍କ ଦାବୀକୁ କୌଣସି ପ୍ରକାର ପଦକ୍ଷେପ ନ ନେଲେ ପରିସ୍ଥିତି ଭୟାନକ ହେବ ବୋଲି ଆନ୍ଦୋଳ କାରୀ ମାନେ ପ୍ରକାଶ କରିଛନ୍ତି। ପରେ ବ୍ଲକ ଅଫିସ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ସୁଶାନ୍ତ ସିଂହ ଟୁକୁନି ସାହୁ ବିଧାୟକ ସରୋଜ କୁମାର ମେହେରଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ପରେ ସରକାରଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ବିଡ଼ିଓଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ ବିଡ଼ିଓ ଅନୁପସ୍ଥିତ ଥିବାରୁ ଅତିରିକ୍ତ ବିଡ଼ିଓଙ୍କୁ ଦାବୀ ପ୍ରଦାନ କରିଥିଲେ।

related posts

Leave a Comment