Home Breaking News / ତାଜା ଖବର ଅଠର ଦଫା ଦାବି ସମ୍ବଳିତ ଦାବୀ ପତ୍ର ନେଇ ସଦର ବିଡ଼ିଓଙ୍କୁ ଭେଟିଲା ଭାଜପା ଯୁବ ମୋର୍ଚ୍ଚା

ଅଠର ଦଫା ଦାବି ସମ୍ବଳିତ ଦାବୀ ପତ୍ର ନେଇ ସଦର ବିଡ଼ିଓଙ୍କୁ ଭେଟିଲା ଭାଜପା ଯୁବ ମୋର୍ଚ୍ଚା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୩୧/୧୨-(ଧନେଶ୍ବର ରାଉତ)- ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଶ୍ରୀ ଶିବ ପଟ୍ଟନାୟକ ଙ୍କ ନିର୍ଦ୍ଧେଶକ୍ରମେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ଙ୍କ ତତ୍ୱାବଧାନରେ ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅଜୟ କୁମାର ଚୁଲେଟଙ୍କ ନେତୃତ୍ୱରେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ରାୟଗଡ଼ା ବ୍ଲକ ଗାଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଗଲା । ଏଥିରେ ବିଭିନ୍ନ ପ୍ରକାର ଦୁର୍ନୀତି, ଅନିୟମିତତା ଯଥା ଜେ.କେ.ପୁର ର ସମସ୍ୟା ଜେ.କେ. ପୁର କୁ ଏନ.ଏ. ସି ଘୋଷଣା କରିବା,ଗେଟିପଡା, କଳାହାଣ୍ଡିପଡା, ସର୍ମାପଡା, ଡ଼ଙ୍ଗରିପଡାର, ଗାଡ଼ବାଗୁଡା ଭୁମିହୀନଙ୍କୁ ପଟ୍ଟା ପ୍ରଦାନ,ପି.ଏମ ଆବାସ ଯୋଜନାରେ ଘର ପ୍ରଦାନ କରିବା, ଏ.ଏସ.ଅଇ ଡାକ୍ତରଖାନାର ପୁନ୍ନରୁଧାନ କରିବା, ଜେ.କେ.ପୁର ପେପର ମିଲ କାରଖାନାରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଓ ରୋଜଗାର ପାଇଁ ବ୍ୟବସ୍ଥା କରିବା,ମାର୍କେଟ କମ୍ପ୍ଲେକ୍ସ ସ୍ଥାପନ କରିବା,ନୂତନ ବସ ଷ୍ଟାଣ୍ଡ ସ୍ଥାପନ କରିବା, ସ୍ୱଚ୍ଛ ଭାରତ ମିଶନ ରେ ସଠିକ ଭାବରେ ପରିଚାଳନା କରିବା, ବାଇ ପାସ ରୋଡ଼ କରିବା । ଏବଂ ରାୟଗଡ଼ା ନଗରରେ ପର୍ଯ୍ୟଟନୀ ସ୍ଥଳୀ ହତିପଥର ପୁନ୍ନରୁଦ୍ଧାର କରିବା, ଯେସ.କ ଜମିର ସମସ୍ୟାକୁ ସମାଧାନ କରି ଉଚିତ ନ୍ୟାୟ ଦେବା, ସାଇ ପ୍ରିୟା ନଗର ଅଞ୍ଚଳକୁ ପୌରପରିଷଦ ଅଧୀନରେ ଅନ୍ତର୍ଭୂକ୍ତ କରିବା, ପିପିଲିଗୁଡ଼ାର ୧୩ ଗୋଟି ପଞ୍ଚୟତର ଜିଲ୍ଲା ପରିଷଦକୁ ବ୍ଲକ ଘଷଣା କରିବା, ପିପିଲିଗୁଡ଼ାରେ ଯୁକ୍ତ ଦୁଇର ନୂତନ କଲେଜ ସ୍ଥାପନ କରିବା । କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଉ ୯୬୦ ମୋବାଇଲ ନେଟୱର୍କ ଟାୱାର ପାଇଁ ଅନୁମୋଦନ ହେଇଛି ସେଇଥିରୁ ପିପିଲିଗୁଡାରେ ଟାୱାର ସ୍ଥାପନ କରିବା, ବାଇସିଙ୍ଗି ପଞ୍ଚୟତ, ମୁନିଗୁଡ଼ା ଠାରୁ ଆରମ୍ଭକରି ପୂଜାରୀ ବେମ୍ବୁ ଉମାର୍ବାଲିରେ ପି.ଏମ ସଡ଼କ ଯୋଜନାରେ ରାସ୍ତା କରିବା, ଅତଡା ପାମ ଓଏଲ କମ୍ପାନୀ ଆରମ୍ଭ କରିବା । ସେହିପରି କୁମ୍ଭୀକୋଟାରେ ଚାଷୀଙ୍କ ପାଇଁ ଏକ ନୂତନ ଡ୍ୟାମ ନିର୍ମାଣ କରିବା ଆଦି ସମସ୍ୟା ଗୁଡ଼ିକ ସମାଧାନ ପାଇଁ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଏ ସବୁର ମୂଳ କାରଣ ପ୍ରଶାସନର ଅବହେଳା ନେଇ ହେଉଛି ଏବଂ ବିଜେଡ଼ି ଦଳର ଆଦେଶ ଅନୁଯାୟୀ ସରକାରୀ ଅଧିକାରୀ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଅଜୟ କୁମାର ଚୁଲେଟ ପ୍ରକାଶ କରିଛନ୍ତି ।
ଉକ୍ତ ଦାବି ଗୁଡ଼ିକୁ ପ୍ରଶାସନ ଯଦି ଗ୍ରହଣ ନ କରି ସମାଧାନ କରିବେ ନାହିଁ ତେବେ ଯୁବ ମୋର୍ଚ୍ଚା ଆନ୍ଦୋଳନ କରିବାକୁ ମଧ୍ୟ ବାଧ୍ୟ ହବ ବୋଲି କହିଛନ୍ତି । ଦାବିପତ୍ର ପ୍ରଦାନ କରିବା ସମୟରେ ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅଜୟ କୁମାର ଚୁଲେଟଙ୍କ ସମେତ ରାୟଗଡ଼ା ନଗର ବିଜେପି ସଭାପତି ବିଦ୍ୟା ଭୂଷଣ ପଣ୍ଡା,ଜେ.କେ ମଣ୍ଡଳ ସଭାପତି ତରୁଣ ଗୋରଡ଼ିଆ,ଜେ. କେ ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀନିବାସ ରାଓ, ଜିଲ୍ଲା ଏସ.ସି. ମୋର୍ଚ୍ଚା ସଭାପତି ଟି.ନାଗାରାଜୁ,ରାୟଗଡ଼ା ନଗର ବିଜେପି ସାଧାରଣ ସମ୍ପାଦକ ସୁଶାନ୍ତ ମିଶ୍ର,ରାୟଗଡ଼ା ନଗର ଯୁବ ମୋର୍ଚ୍ଚା ସିଭାପତି ରାଜେଶ କୁମାର ପାଣିଗ୍ରାହୀ,ରାୟଗଡ଼ା ନଗର ଯୁବମୋର୍ଚା ସାଧାରଣ ସମ୍ପାଦକ ଜୟରାମ ବର୍ମା,କୁମ୍ଭୀକୋଟା ମଣ୍ଡଳ ସଭାପତି ରୋଶନ କୁମାର ପାଣିଗ୍ରାହୀ,ଆଇ.ଟି ସଂଯୋଜକ ଆଶିଷ ସିନହା, ଜିଲ୍ଲା ଯୁବ ମୋର୍ଚ୍ଚା ସଂଯୋଜକ ମହେଶ୍ୱର ମନ୍ତ୍ରୀ, କୁମ୍ଭୀକୋଟା ମଣ୍ଡଳ ଯୁବମୋର୍ଚା ସଭାପତି ଚନ୍ଦ୍ର ଶେଖର ଖରସେଲିବଂସ, ଏସ.ସି ମୋର୍ଚ୍ଚା କୁମ୍ଭୀକୋଟା ମଣ୍ଡଳ ସଭାପତି ବାଲଦାଶ ପାଲାକା ପ୍ରମୁଖ ଉପସ୍ଥିତ ଥିଲେ ।

related posts

Leave a Comment