Home Breaking News / ତାଜା ଖବର ପିୟୁଷ ଜୈନଙ୍କ ପରେ ପୁଷ୍ପରାଜ ଜୈନଙ୍କ ଘରେ ଆୟକର ଚଢାଉ, ସମାଜବାଦୀ ଅତର କରିଥିଲେ ଲଚିଂ..

ପିୟୁଷ ଜୈନଙ୍କ ପରେ ପୁଷ୍ପରାଜ ଜୈନଙ୍କ ଘରେ ଆୟକର ଚଢାଉ, ସମାଜବାଦୀ ଅତର କରିଥିଲେ ଲଚିଂ..

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଉତରପ୍ରଦେଶରେ ଆଉ ଜଣେ ସମାଜବାଦୀ ପାର୍ଟି ନେତାଙ୍କ ଘରେ ଆୟକର ଚଢାଉ ହୋଇଛି । ଆଜି ସକାଳେ କନୌଜରେ ସମାଜବାଦୀ ପାର୍ଟି ନେତା ତଥା ୟୁପି ବିଧାନପରିଷଦ ସଦସ୍ୟ ପୁଷ୍ପରାଜ ଜୈନଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । ସବୁଠାରୁ ରୋଚକ କଥା ହେଉଛି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କନୌଜ ପହଁଚି ପ୍ରେସ କନଫରେନ୍ସ କରିବା ଆଗରୁ ଆୟକର ବିଭାଗ ପୁଷ୍ପରାଜ ଜୈନ ଓରଫ୍ ପମ୍ପି ଜୈନଙ୍କ ଘରେ ଏହି ଚଢାଉ କରିଛି ।
ଆୟକର ବିଭାଗର ଏପରି ଚଢାଉ ପରେ ବିଜେପିର ଯୋଗୀ ସରକାର ଉପରେ ବର୍ଷିଛନ୍ତି ସମାଜବାଦୀ ନେତାଏଁ । ପୁଷ୍ପରାଜ ଜୈନ ମଧ୍ୟ ଜଣେ ଅତର ବ୍ୟବସାୟୀ । ମାସକ ତଳେ ଯେଉଁ ସମାଜବାଦୀ ଅତର ଲଚିଂ ହୋଇଥିଲା , ସେଥିରେ ପୁଷ୍ପରାଜ ଜୈନ ନିଜେ ଉପସ୍ଥିତ ରହି ଏହାର ଭୁରି ଭୁରି ପ୍ରଶଂସା କରି ଗୁଣଗାନ କରିଥିଲେ ।
ଗତ ସପ୍ତାହରେ ଅତର ବ୍ୟବସାୟୀ ପିୟୁଷ ଜୈନଙ୍କ ଘରେ ଆୟକର ବିଭାଗ ଚଢାଉ ହୋଇଥିଲା । ତାଙ୍କର ମଧ୍ୟ ସମାଜବାଦୀ ଅତର ନିର୍ମାଣ ଲିଙ୍କ୍ ଥିଲା । ତାଙ୍କ ଘରୁ ୧୯୭ କୋଟି ନଗଦ ଟଙ୍କା ଏବଂ ୨୩ କେଜି ସୁନା ଜବତ ହୋଇଥିଲା । ବର୍ତମାନ ପିୟୁଷ ଜୈନଙ୍କ ପରେ କନୌଜର ଅନ୍ୟତମ ଅତର ବ୍ୟବସାୟୀ ପୁଷ୍ପରାଜ ଜୈନଙ୍କ ଘରେ ଆୟକର ଚଢାଉ, ଉତରପ୍ରଦେଶରେ ସମାଜବାଦୀ ପାର୍ଟି ନେତାଙ୍କ ଘରେ ଆୟକର ଗ୍ରହଣ ଲାଗିଥିବା ପରି ମନେ ହେଲାଣି ।

ପିୟୁଷ ଏବଂ ପୁଷ୍ପରାଜଙ୍କ ସମାନତା

  • ଦୁଇ ଜଣ ଅତର ବ୍ୟବସାୟୀ
  • ଦୁଇ ଜଣ କନୌଜର ଗୋଟିଏ ମୋହଲାର ବାସିନ୍ଦା
  • ଦୁଇ ଜଣଙ୍କ ନାମ ସହିତ ଜୈନ ଲାଗିଛି

ପୁଷ୍ପରାଜଙ୍କ ସଂପର୍କ ସମାଜବାଦୀ ସହିତ କିନ୍ତୁ ପିୟୁଷ ଜୈନଙ୍କ ରାଜନୈତିକ ସଂପର୍କ ସ୍ପଷ୍ଟ ହୋଇନାହିଁ ।
୨୦୨୨ ବିଧାନସଭା ଭୋଟ୍ ଆଗରୁ ଉତରପ୍ରଦେଶରେ ସମାଜବାଦୀ ନେତାଙ୍କ ଘରେ ଏମିତି ଆୟକର ଚଢାଉ , ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶଙ୍କ ଚିନ୍ତା ବଢାଇ ଦେଲାଣି ।

related posts

Leave a Comment