Home Breaking News / ତାଜା ଖବର ଭାରତରେ ତୃତୀୟ ଲହର ସଙ୍କେତ: ଡେଲ୍‌ଟା ଭ୍ୟାରିଆଣ୍ଟଠୁ ଦ୍ରୁତଗତିରେ ସଂକ୍ରମିତ କରୁଛି ଓମିକ୍ରନ୍‌

ଭାରତରେ ତୃତୀୟ ଲହର ସଙ୍କେତ: ଡେଲ୍‌ଟା ଭ୍ୟାରିଆଣ୍ଟଠୁ ଦ୍ରୁତଗତିରେ ସଂକ୍ରମିତ କରୁଛି ଓମିକ୍ରନ୍‌

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ ୩୧/୧୨ : ଭାରତରେ କରୋନା ସଂକ୍ରମଣ ସାଙ୍ଗକୁ ଏହାର ଭ୍ୟାରିଆଣ୍ଟ ଓମିକ୍ରନ୍‌ ଦିନକୁ ଦିନ ଭୟଙ୍କର ହେବାକୁ ଲାଗିଲାଣି । ଯାହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ବାରମ୍ବାର ସତର୍କ କରାଇବା ସହ କୋଭିଡ୍ କଟକଣା କଡାକଡି ଭା​‌ବେ ପାଳନ କରିବାକୁ ପରାମର୍ଶ ଦେଉଛି । ମିଳିଥିବା ସୂଚନା ଅନୁସାରେ, ଡେଲ୍‌ଟା ଭ୍ୟାରିଆଣ୍ଟ ଯେଉଁଭଳି ଭାବେ ଭାରତରେ ପ୍ରଭାବ ବିସ୍ତାର କରୁଥିଲା ଏବେ ସେହିଭଳି ଭାବେ ଓମିକ୍ରନ୍‌ ମଧ୍ୟ ବିସ୍ତାର ହେବାରେ ଲାଗିଛି । ଏକ୍ସପର୍ଟଙ୍କ କହିବା କଥା ଯେ, ଡେଲ୍‌ଟା ଭ୍ୟାରିଆଣ୍ଟର ସ୍ଥାନ ନେଉଛି ଓମିକ୍ରନ୍‌ ।

ସୂଚନାଯୋଗ୍ୟ, ଭାରତରେ ଆଜି ୩୦୯ ନୂଆ ଓମିକ୍ରନ୍ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପ୍ରଥମ ଘଟଣା । ଓମିକ୍ରନ୍‌ ଭ୍ୟାରିଆଣ୍ଟ ଯେଉଁଭଳି ଭାବେ ସଂକ୍ରମିତ କରୁଛି ଏଭଳି ହେଲେ ଆଗକୁ ଦେଶରେ ପରିସ୍ଥିତି ସାଂଘାତିକ ହେବ । ଆଜି ଚିହ୍ନଟ ହୋଇଥିବା ୩୦୯ ନୂଆ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧୨୭୦ରେ । ଏହା ସହିତ ଶୁକ୍ରବାର ଦେଶରେ ମୋଟ ୧୬୭୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୦ ଜଣଙ୍କର ମୃତ୍ୟୁ ଘଟିଛି ।  

related posts

Leave a Comment