Home Breaking News / ତାଜା ଖବର ସରକାରୀ ସହାୟତା ହଜାରେ ଟଙ୍କା ପାଇଁ ଧାଡିରେ ଠିଆ ହୋଇ ବୃଦ୍ଧ ତଳେ ପଡି ଗୁରୁତର

ସରକାରୀ ସହାୟତା ହଜାରେ ଟଙ୍କା ପାଇଁ ଧାଡିରେ ଠିଆ ହୋଇ ବୃଦ୍ଧ ତଳେ ପଡି ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୩୧/୧୨-(ଧନେଶ୍ବର ରାଉତ)-ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ରେ ଦେଖିବା କୁ ମିଳିଛିଏକ ଅଭାବନୀୟ ଘଟଣା । ରାଜ୍ୟ ସରକାର ସମସ୍ତ ରାସନ କାର୍ଡଧାରୀ ଙ୍କୁ କୋଭିଡ ସହାୟତା ପାଇଁ ଏକ ହଜାର ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି । ଏହାକୁ ନେଇ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ମଧ୍ୟ ରେସନ କାର୍ଡଧାରୀ ଙ୍କୁ କୋଭିଡ ସହାୟତା ପଞ୍ଚାୟତ ଜରିଆରେ ବଣ୍ଟନ କରାଯାଉଛି । ଉକ୍ତ ବ୍ଲକର ସୁନାଖଣ୍ଡି ପଞ୍ଚାୟତର ରାସନ କାର୍ଡ ଧାରୀ ଙ୍କୁ ଏକ ହଜାର ଟଙ୍କା ଦେଉଥିବା ବେଳେ ଜଣେ ବୃଦ୍ଧ ବାରିକ କଟିଆ (୮୦) ଧାଡିରେ ଟିଆ ହୋଇଥିବା ବେଳେ ତଳେ ପଡି ଗୁରୁତ୍ୱ ର ହୋଇଥିଲା । ସେଠାରେ ଥିବା ଦୁଇ ଯୁବକ ଭରତ ବାରିଆ ଓ ଋଷି ବୈଶାଳୀ ସଙ୍ଗେ ସଙ୍ଗେ ବୃଦ୍ଧ ଙ୍କୁ ଉଦ୍ଧାର କରି ଏକ ଅଟୋ ସାହାଯ୍ୟରେ ନିକଟସ୍ଥ ମାଝୀଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।ସେଠାରେ କୌଣସି କର୍ମଚାରୀ ନଥିବାରୁ ପୁଣି କଲ୍ୟାଣସିଂ ହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଏଠାରେ ଚିକିତ୍ସା କରିବା ପରେ ବୃଦ୍ଧଙ୍କୁ ତାଙ୍କ ଘରେ ଛାଡିଥିଲେ । ଉକ୍ତ ବୃଦ୍ଧ ଟି ସୁନାଖଣ୍ଡି ଗାଁ ମାଳିସାହିର ପ୍ରାୟ ୩ କିମି ବାଟ ଚାଲି ଚାଲି ଯାଇ ଟଙ୍କା ପାଇଁ ଜଗନ୍ନାଥ ପୁର ପଞ୍ଚାୟତରେ ଖରା ରେ ଲମ୍ବା ଧାଡିରେ ଠିଆହୋଇ ରହିଥିଲେ । ବୃଦ୍ଧ ଙ୍କୁ ମୁହଁ ବୁଲାଇବାରୁ ଠିଆହୋଇ ଥିବା ସ୍ଥାନରେ ମୁଣ୍ଡ ପିଟି ପଡିଯାଇଥିଲେ । ହଜାର ଟଙ୍କା ପାଇଁ ବୃଦ୍ଧ ଙ୍କ ଏହିପରି ଘଟଣା ଘଟିଥିବା ଜଣାପଡିଛି । ସରକାର ଯଦି ଅଧିକାରୀଙ୍କୁ ନିର୍ଦେଶ ଦେଇ ହିତାଧିକାରୀଙ୍କୁ ଘର ଘରକୁ ଯାଇ ଦେବାପାଇଁ କହିଥିଲେ ଏହିଭଳି ଦୁର୍ଘଟଣାରୁ ବର୍ତ୍ତି ହୁଅନ୍ତା।

related posts

Leave a Comment