Home Breaking News / ତାଜା ଖବର କୁମ୍ବିଂ ଅପରେସନ ସମୟରେ ଜବତ ହେଲା ବିପୁଳ ପରିମାଣର ବିଷ୍ଫୋରକ ସହ ମାଓ ସାମଗ୍ରୀ

କୁମ୍ବିଂ ଅପରେସନ ସମୟରେ ଜବତ ହେଲା ବିପୁଳ ପରିମାଣର ବିଷ୍ଫୋରକ ସହ ମାଓ ସାମଗ୍ରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ଯନ୍ତ୍ରୀ ଗ୍ରାମପଞ୍ଚାୟତ ର ଟାବେରୁ ଠାରେ ସୁରକ୍ଷା କର୍ମୀଙ୍କ କୁମ୍ବିଂ ଅପରେସନ ସମୟରେ ଜବତ ହେଲା ବିପୁଳ ପରିମାଣର ବିଷ୍ଫୋରକ ସହ ମାଓ ସାମଗ୍ରୀ । ଆସନ୍ତା କାଲି ବିଏସ.ଏଫ ଓ ଡି.ଭିଏଫ ଓ ଏସଓଜି ବାହିନି ମିଳିତ ଭାବେ ସ୍ଵାଭିମାନ ଅଞ୍ଚଳର ଯନ୍ତ୍ରୀ ପଂଚାୟତ ର ଟାବେରୁ ଠାରେ ଜବାନ ମାନେ କୁମ୍ବିଂ କରୁଥିବା ବେଳେ ଗୁଇନ୍ଦା ସୂଚନା ପାଇ ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ର ଶସ୍ତ୍ର ସହ ବିଷ୍ଫୋରକ ସାମଗ୍ରୀ ଉଦ୍ଧାର କରିଥିଲେ । ଯାହା ମଧ୍ୟରେ 8 ଟି ଆଇଡ଼ି , ମେଡ଼ିସିନ, ସହ ଅନେକ ମାଓ ସାମଗ୍ରୀ ଜବତ କରିଛନ୍ତି । ଯବାନ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ନକ୍ସଲ ପନ୍ଥି ଅସ୍ତ୍ର ଶସ୍ତ୍ର ସହ ବିଷ୍ଫୋରକ ସାମଗ୍ରୀ ଏଠାରେ ରଖିଥିବା ମାଲକାନଗିରି ଏସଡିପିଓ କହିଛନ୍ତି । ଆଗାମି ଦିନରେ ମଧ୍ୟ ଏହି ଅପରେସନ କୁ ସମ୍ପୂର୍କ୍ତ ଅଞ୍ଚଳରେ ଜାରି ରହିବ ବୋଲି ଜଣାପଡିଛି ।

related posts

Leave a Comment