Home Breaking News / ତାଜା ଖବର ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ, ଜାଣନ୍ତୁ କାହା ଉପରେ ଦେବେ ଗୁରୁତ୍ୱ..

ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ, ଜାଣନ୍ତୁ କାହା ଉପରେ ଦେବେ ଗୁରୁତ୍ୱ..

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନାର ନୂଆ ଭାରିଆଂଟ ଓମିକ୍ରନ ଏବେ ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣରେ ପହଁଚି ଗଲାଣି । ଗତ ୨୪ ଘଂଟାରେ ଦିଲ୍ଲୀରେ କେବଳ ୫୭ ନୂଆ ଓମିକ୍ରନ ମାମଲା ଚିହ୍ନଟ ହେଲାଣି । ଫଳରେ ଦେଶର ରାଜଧାନୀରେ ବର୍ତମାନ ଓମିକ୍ରନ ମୋଟ୍ ମାମଲା ୩୨୦ରେ ପହଁଚିଛି । ଦିନକ ତଳେ ମାତ୍ର ୨୫ ମାମଲା ଆସିଥିଲା । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅନୁସାରେ ଦିଲ୍ଲୀରେ ବର୍ତମାନ ଦୈନକ ୫୪ ପ୍ରତିଶତ ମାମଲା ଓମିକ୍ରନ ଆସୁଛି । ଯେଉଁ ଲୋକମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ, ସେମାନଙ୍କ ଠାରେ ଓମିକ୍ରନ ଭାରିଆଂଟ ମିଳିଲାଣି । ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହା ସହିତ କହିଛନ୍ତି ବର୍ତମାନ ଯେଉଁ ଓମିକ୍ରନ ନମୂନା ଗୁଡିକ ଆସୁଛି, ସେମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେଉଛି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତି ହେବା ଆବଶ୍ୟକ ନାହିଁ । ଅନେକ ବିଶେଷଜ୍ଞ ମଧ୍ୟ ଏହି ଭାରିଆଂଟକୁ ଡେଲଟା ଠାରୁ କମ୍ କ୍ଷତିକାରକ ବୋଲି କହି ସାରିଲେଣି । ତେବେ ଏହା ଠାରୁ ବଂଚିବା ଆବଶ୍ୟକ ରହିଛି । ଭିଡ ସ୍ଥାନକୁ ସମସ୍ତେ ଏଡାଇବାକୁ ନିବେଦନ କରିଛନ୍ତି ଦିଲ୍ଲୀ ସରକାର ।
ରାମ ମନୋହର ଲୋହିଆ ଡାକ୍ତରଖାନାର ଡାକ୍ତର ପିୟୁଷ ଜୈନଙ୍କ ସୂଚନା ଅନୁସାରେ ବିଦେଶରୁ ଆସିଥିବା ତଥ୍ୟ ଅନୁସାରେ ଓମିକ୍ରନ ହାଲୁକା ଲକ୍ଷଣ ଯୁକ୍ତ ରହିଛି । ବର୍ତମାନ ସୁଦ୍ଧା ଭାରତର କୌଣସି ତଥ୍ୟ ନାହିଁ । ତେବେ ଗୋଷ୍ଠୀ ସଂକ୍ରମଣ ପରି ସ୍ଥିତି ଦିଲ୍ଲୀରେ ଆସିଲାଣି । ଏହାଠାରୁ ବର୍ତିବାକୁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

related posts

Leave a Comment