Home Breaking News / ତାଜା ଖବର କଟକରେ ନୂଆବର୍ଷ କଟକଣା ପାଳନ କଡ଼ାକଡ଼ି

କଟକରେ ନୂଆବର୍ଷ କଟକଣା ପାଳନ କଡ଼ାକଡ଼ି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ, ୩୧/୧୨: କଟକରେ ଜିରୋ ନାଇଟ ପାଳନକୁ ନେଇ ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା କଟକଣା ଯେପରି କଡାକଡି ଲାଗୁ ହେଵ ସେଥିପାଇଁ ପୋଲିସ ପଦକ୍ଷେପ ନେଇଛି। ସହରରେ ଆଜି ରାତିରେ ୧୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ରାତି ୧୦ ଟା ପରେ ଯେଉଁଭଳି ଲୋକମାନେ ଵିନା ଜରୁରୀ କାମରେ ଵାହାରକୁ ନଵାହାରନ୍ତି ସେଥିପାଇଁ ପୋଲିସ ରାସ୍ତାରେ ଲୋକଙ୍କୁ ସଚେତନ କରିଛି।

ଏହା ସହ ସଂଧ୍ୟା ସମୟରେ ଯେଉଁଭଳି ମଦୁଆ ଉତ୍ପାତ ନକରନ୍ତି ଓ ହୋଟେଲ, ରେଷ୍ଟୁରାଣ୍ଟରେ ଯେପରି ଅଜଥା ଗହଳି ନହୁଏ, ସେଥିପାଇଁ ପୋଲିସ ଵିଶେଷ ଧ୍ୟାନ ଦିଆଯିବ ଵୋଲି ଡିସିପି କହିଛନ୍ତି। ଏହା ସହ ଆଜି ସଂଧ୍ୟାରେ ଵେପରୁଆ ଗାଡି ଚାଳନା ଉପରେ କଡା କାର୍ଯ୍ୟାନୁଷ୍ଠାନ ହେଵ ଵୋଲି ଡିସିପି କହିଛନ୍ତି ।

related posts

Leave a Comment