Home Breaking News / ତାଜା ଖବର ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ଓ ୧୮ ଟି ପଞ୍ଚାୟତ କୁ BMC ରେ ମିଶାଇବା ପ୍ରକ୍ରିୟା ବିଳମ୍ୱିତ ହେଉଥିବାରୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ର କଳା ଦିବସ ପାଳନ ଓ ପ୍ରତିିବାଦ ସଭା

ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ଓ ୧୮ ଟି ପଞ୍ଚାୟତ କୁ BMC ରେ ମିଶାଇବା ପ୍ରକ୍ରିୟା ବିଳମ୍ୱିତ ହେଉଥିବାରୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ର କଳା ଦିବସ ପାଳନ ଓ ପ୍ରତିିବାଦ ସଭା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର: ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଏବଂ ଅନ୍ୟ ସାମାଜିକ ସଂଗଠନର ମିଳିତ ଆନୁକୁଲ୍ୟରେ ବ୍ରହ୍ମପୁର ଠାରେ ନିତିଦିନିଆ ବିମାନ ବନ୍ଦର ପ୍ରତିଷ୍ଠା, ବ୍ରହ୍ମପୁର ସହର ସଂଲଗ୍ନ ୧୮ ଟି ପଞ୍ଚାୟତ କୁ BMC ସହିତ ମିଶାଇବା ଓ ଗଞ୍ଜାମ ଜିଲ୍ଲାର ସର୍ବାଙ୍ଗୀନ ବିକାଶ କୁ ରାଜ୍ୟ ସରକାର ଜାଣିଶୁଣି ବିଳମ୍ୱିତ କରୁଥିବାରୁ ଏକ ବିରାଟ ପ୍ରତିିବାଦ ସଭା କମାପଲ୍ଲୀ ଛକ ରେ ଆଜି ଅନୁଷ୍ଠିତ ହୋଇ ଯାଇଛି।
ଏହି କାର୍ଯ୍ୟକ୍ରମରେ, ଓଡ଼ିଶାର ସର୍ବ ପୁରାତନ ସହର ଓ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଓ ସମଗ୍ର ଗଞ୍ଜାମ ଜିଲ୍ଲା ପ୍ରତି ରାଜ୍ୟ ସରକାର ତଥା ପ୍ରଶାସନ ର କ୍ରମାଗତ ବୈମାତୃକ ଓ ଉଦାସୀନତା ମନୋଭାବ କୁ ତୀବ୍ର ବିରୋଧ କରାଯାଇଥିଲା।

ସହରର କଳେବର ୧୯୮୦ ରୁ ବଢ଼ିନି, ରିଙ୍ଗ ରୋଡ ନିର୍ମାଣ ହୋଇପାରିଲା ନାହିଁ, ବ୍ରହ୍ମପୁର Airport ର ସରକାର ନାଁ ନେବାକୁ କୁଣ୍ଠା ବୋଧ୍ କରୁଛନ୍ତି, ହାଇକୋର୍ଟ ବେଞ୍ଚ ହୋଇ ପାରିଲା ନାହିଁ, ଭାରତମାଳା ରାସ୍ତା ପୁରୀ ରୁ ଗୋପାଳପୁର କରାଇ ଦିଆଯାଉ ନାହିଁ କିମ୍ବା ଗଞ୍ଜାମ ଜିଲ୍ଲାର ବିକାଶ ପାଇଁ କୌଣସି ବିକାଶ କାମ ହେଉନାହିଁ। ତେଣୁ ଏହି ଜିଲ୍ଲା ରୁ ପ୍ରାୟ ୧୫ ରୁ ୨୦ ଲକ୍ଷ ଲୋକ ଜୀବିକା ପାଇଁ ଦେଶର ବିଭିନ୍ନ ରାଜ୍ୟକୁ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ଆଞ୍ଚଳିକ ବୈଷମ୍ୟ ରାଜ୍ୟର ଭବିଷ୍ୟତ ପାଇଁ ହିତକର ନୁହଁ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ।

ରାଜ୍ୟ ସରକାର ବ୍ରହ୍ମପୁର ଠାରେ ବିମାନ ବନ୍ଦର ନାଁ ରେ ବାରମ୍ବାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ଭୁବନେଶ୍ୱର ଠାରୁ ୫୦ କିମି ଦୂରରେ ପୁରୀ ଓ ଝାରସୁଗୁଡା ବିମାନବନ୍ଦର ଠାରୁ ୯୮ କିମି ଦୂରରେ ଥିବା ରାଉରକେଲା ରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଉତ୍କେଳା, ଜୟପୁର, ବାରିପଦା ପ୍ରଭୃତି ଅନେକ ଛୋଟ ସହରରେ ନୂଆଁ ବିମାନ ବନ୍ଦର ର ପ୍ରସ୍ତାବ ସରକାର ଦେଇଥିବା ବେଳେ ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲାକୁ ବାରମ୍ବାର ଉପେକ୍ଷା କରାଯାଉଛି।

ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ପାଖକୁ ଗୋଟେଥର ମଧ୍ୟ ପ୍ରସ୍ତାବ ପଠାଇ ନାହାଁନ୍ତି ଓ ଆବଶ୍ୟକୀୟ ଜାଗା ଚିହ୍ନଟ କରିନାହାନ୍ତି।
ଯେଉଁ ଜିଲ୍ଲାରୁ ନିର୍ବାଚିତ ହୋଇ ନବୀନ ବାବୁ ୫ ଥର ମୁଖ୍ୟମନ୍ତ୍ରୀ ହେଲେ ସେହି ଜିଲ୍ଲା ପ୍ରତି ଏ ଘୃଣା ଭାବ କାହିଁକି? ବୋଲି ବକ୍ତା ମାନେ ପ୍ରଶ୍ନ କରିଥିଲେ।

ସେହିପରି ୨୯ ଡିସେମ୍ବର, ୨୦୦୮ ର ODISHA Gazette Notification ଅନୁସାରେ ୧୮ ଟି ପଞ୍ଚାୟତ BMC ରେ ମିଶିବା କଥା କିନ୍ତୁ ଦୀର୍ଘ ୧୩ ବର୍ଷ ପରେ ବି ଏହା ମିଶିପାର ନାହିଁ ଓ ବ୍ରହ୍ମପୁର, ୮୦ sq km ଏରିଆ ସହ ଭାରତର କ୍ଷୁଦ୍ରତମ ମହାନଗର ଭାବେ ପରିଗଣିତ ହେଉଛି।ସହର ସଂଲଗ୍ନ ପ୍ରାୟ ୩ ଲକ୍ଷ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ସାରା ଓଡ଼ିଶା ପାଇଁ ଗୋଟେ ନିୟମ ଓ ବ୍ରହ୍ମପୁର ପାଇଁ ଆଉ ଗୋଟେ ନିୟମ କାହିଁକି? ବୋଲି ପ୍ରଶ୍ନ କରାଯାଇ ଥିଲା।

ସହର ସଂଲଗ୍ନ ଅଞ୍ଚଳ କୁ ଗତ ୧୩ ବର୍ଷ ଧରି BMC ରେ ନ ମିଶାଇବା ପ୍ରତିବାଦରେ ଆଜିର ଦିନକୁ (୨୯ ତାରିଖ) କଳା ଦିବସ ଭାବେ ଫୋରମ୍ ପାଳନ କରିଥିଲା। ନିର୍ବାଚନ ପୂର୍ବରୁ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ଓ ଆମରଣ ଅନସନରେ ବସିବାକୁ ଫୋରମ୍ ତରଫରୁ ଚେତାବନୀ ଦିଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଫୋରମ୍ ର ସଭାପତି ରାମ ପ୍ରସାଦ ତ୍ରିପାଠୀ, ଉପସଭାନେତ୍ରୀ ଶ୍ରୀମତୀ ବବିତା ପାତ୍ର, ସଚିବ ସ୍ଵରାଜ୍ୟ ସାହୁ ଙ୍କ ସହ ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢ଼ୀ, V.ସୋମେଶ୍ୱର ରାଓ, ପ୍ରିତୀଷ ପାଣିଗ୍ରାହୀ, ଗୁପ୍ତେଶ୍ୱର ଷଡ଼ଙ୍ଗୀ, ମାନସ ରଞ୍ଜନ ପାତ୍ର, ପଞ୍ଚାନନ ପ୍ରଧାନ, ବାଳକୃଷ୍ଣ ସାମନ୍ତରାୟ, ରମେଶ ଚନ୍ଦ୍ର ସାହୁ, ସନ୍ତୋଷ ସାହୁ, କିରଣ କୁମାର ପଣ୍ଡା, କୃଷ୍ଣ ସାହୁ, ଅମ୍ବିକା ପଣ୍ଡା, ମଧୁସୂଦନ ସାହୁ, ଶ୍ରୀମତୀ ବନ୍ଦିତା ତ୍ରିପାଠୀ, RTI ଏକ୍ଟିଭିଷ୍ଟ୍ B ଶଙ୍କର ପାତ୍ର, ଗୌରୀ ଶଙ୍କର ମହାନ୍ତି, ସୁବ୍ରତ ରଥ,
Dr. ପ୍ରଫୁଲ୍ଲ ପାଣିଗ୍ରାହୀ, ରୋହିତ ନିମାଇ, ବିନୋଦ ସାବତ, ଅଲି ବାବା,
ବିରଞ୍ଚି ନାରାୟଣ ସାହୁ, ପ୍ରଶାନ୍ତ ମହାପାତ୍ର, ଭିକାରୀ ନାୟକ, ଦିଲ୍ଲିପ ମହାରଣା ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

related posts

Leave a Comment