Home Breaking News / ତାଜା ଖବର ପୁଣି ବିରଳ ବଜ୍ରକାପ୍ତା ଉଦ୍ଧାର

ପୁଣି ବିରଳ ବଜ୍ରକାପ୍ତା ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୩୧/୧୨ (ସୁନୀଲ ପଟନାୟକ)
ପୁଣି ଏକ ବିରଳ ପ୍ରଜାତିର ବଜ୍ର କାପ୍ତା ଉଦ୍ଧାର କରିଛି ବନବିଭାଗ । କନ୍ଧମାଳ ଜିଲ୍ଲା
ବାଲିଗୁଡ଼ା ବନ ଖଣ୍ଡ ଅନ୍ତର୍ଗତ କୋଟଗଡ଼ ଅଭୟାରଣ୍ୟରୁ ବଜ୍ରକାପ୍ତା ଧରି ତାକୁ ବିକ୍ରି କରିବା ଲାଗି ଉଦ୍ୟମ କରୁଥିବାବେଳେ କୋଟଗଡ ବନବିଭାଗ 6 ରଂଜର ସୂର୍ଯ୍ୟକାନ୍ତ୍ର ବେହେରାଙ୍କ ନେତୃତ୍ଵରେ ଏକ ଟିମ ଶ୍ରୀରାମପୁର ଜଙ୍ଗଲ ଅନ୍ତର୍ଗତ ମାଦାଗୁଡା ଠାରେ ବିକ୍ରି ପାଇଁ ଡିଲବେଳେ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିବାବେଳେ ଶିକାରୀ
ଫେରାର ହୋଇଥିବା ଜଣାପଡିଛି ।
ଏଥି ପୂର୍ବରୁ ମଧ୍ୟ ବହୁବାର ବାଲିଗୁଡ଼ା ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ବାଲିଗୁଡ଼ା ବନଖଣ୍ଡ ଅଧିନରେ ଦିନକୁ ଦିନ ବଜ୍ରକାପ୍ତା, ହାତିଦ।ନ୍ତ, ବାଘଛାଲ ଆଦି ଚେ।ରାଚାଲାଣ ରାକେଟ ସକ୍ରୀୟ ହୋଇଥିବା ଜଣାପଡିଛି । ଏଣୁ ବନବିଭାଗ,ସ୍ଥାନୀୟ ଲୋକ ସଚେତନ ହୋଇ ସତର୍କ ଦୃଷ୍ଟି ରଖିବା ସହ ଚୋରାଚାଲାଣକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ।
ବାଲିଗୁଡ଼ା ଜଙ୍ଗଲ ବିଭାଗ ଡିଏଫ୍ ଓ ବିଶ୍ଵ ରାଜପଣ୍ଡା ଦୀୟୀତ୍ଵ ଗ୍ରହଣ କରିବାପରଠାରୁ ଡିଭିଜନ ଅଞ୍ଚଳରେ ଚୋରା ଶିକାରୀ, ଜଙ୍ଗଲଜାତ ଦ୍ରବ୍ୟ ଚାଲାଣ କାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଫଳରେ
ଜଙ୍ଗଲମାଫିଆ ଓ ଚୋରା ଶିକାରୀମାନେ ସାବାଡ଼ ହୋଇଯାଇଥିବା ଜଣାପଡିଛି । ଡିଏଫଓ ବିଶ୍ଵ ରାଜପଣ୍ଡାଙ୍କ କାର୍ଯ୍ୟଦକ୍ଷତା,ନିଷ୍ଠାପର ଉଦ୍ୟମ, ବିଶେଷ ଜ୍ଞାନକୌଶଳ ଯୋଗୁଁ ଡିଭିଜନ ଅଧୀନରେ ଜଙ୍ଗଲ କ୍ଷୟ ରୋକାଯିବା ସହ ବନ୍ୟ ଜନ୍ତୁ ମଧ୍ୟ ସୁରକ୍ଷିତ ହୋଇପାରିଛନ୍ତି ।

related posts

Leave a Comment